Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ସାମାଜିକ ସେବା ସଂସ୍ଥା ପକ୍ଷରୁ ପାରମ୍ପରିକ ବିହନ ଓ ଖାଦ୍ୟ କର୍ମଶାଳା

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡସ୍ଥ ଚାରମାଲ ଗ୍ରାମରେ ସମ୍ବଲପୁର ସାମାଜିକ ସେବା ସଂସ୍ଥା ସହାୟତାରେ ଲୋକ ସଂଗଠନ ପକ୍ଷରୁ ଏକ ଦିବସିୟ ପାରମ୍ପରିକ ବିହନ ଓ ଖାଦ୍ୟ କର୍ମଶାଳା, ଆଲୋଚନା ଓ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ସୁବାସ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବରେ ଯୋଗଦେଇ କର୍ମଶାଳାକୁ ଉଦଘାଟନ କରିଥିଲେ। ତାଙ୍କ ବକ୍ତବ୍ୟରେ ଦେଶୀ ବିହନ ଓ ପାରମ୍ପରିକ ଖାଦ୍ୟ ତଥା ପ୍ରକୃତି ସଂରକ୍ଷଣ ପାଇଁ ଆହ୍ୱାନ ଦେଇଥିଲେ। କୃଷି ଓଭରସିଅର ସସ୍ମିତା ଗଡ଼ନାୟକ, ଅବସର ପ୍ରାପ୍ତ ଉଦ୍ୟାନ ଅଧିକାରୀ ରବୀନ୍ଦ୍ର ଦାସ, ସମାଜସେବୀ ସିଦ୍ଧେଶ୍ୱର କଣ୍ଡିଆନ, ପ୍ରାଣୀମିତ୍ର ଦେବକୀ ନାଏକ, ନାରୀ ସଂଗଠିକା ଲତା ବାଘ, ଚାଷୀ ନେତା ସୌରୀ ନାଏକ, କବି ଦୟାନିଧି ପାଉଳେ ପ୍ରମୁଖ ସ୍ବଦେଶୀ ଓ ପରପରିକା ବିହନ ଓ ଖାଦ୍ୟ ସମ୍ପର୍କରେ ନିଜ ନିଜ ଅନୁଭୂତି ବର୍ଣନା କରିଥିଲେ। ଏହି ଅବସରରେ ଏକପାରମ୍ପରିକ ବିହନ ଓ ଖାଦ୍ୟ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ କୁ ସାମାଜିକ କର୍ମୀ ପଦ୍ମିନୀ ବାଙ୍କଡା ସଂଯୋଜନା କରିଥିବା ବେଳେ ହେମ ଳତା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ