Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାମରା ବନ ଖଣ୍ଡ ସ୍ତରୀୟ ବନାଗ୍ନି ସୁରକ୍ଷା ସଚେତନତା ଶିବିର

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସହରସ୍ଥିତ ଟାଉନ ହଲ ଠାରେ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବନ ଖଣ୍ଡ ଅଧିକାରୀ ସମୀର କୁମାର ସାହୁଙ୍କ ସଭାପତିତ୍ୱରେ ବାମରା ବନଖଣ୍ଡ ସ୍ତରୀୟ ବନାଗ୍ନି ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ କୁଚିଣ୍ଡା ଉପ-ଜିଲ୍ଲାପାଳ ହେମସାଗର ଭୋଇ ମୁଖ୍ୟଅତିଥି, ସମାଜସେବୀ ପ୍ରକୃତିବନ୍ଧୁ ସୁବାସ ଚନ୍ଦ୍ର ନାୟକ ମୁଖ୍ୟବକ୍ତା ଏବଂ ଉଦ୍ୟାନ ବିଭାଗ ଅଧିକାରିଣୀ ସତ୍ୟଭାମା ଦେବୀ, ପ୍ରାଣୀ ଚିକିତ୍ସକ ଡ.ଅବିନାଶ କୁମାର ପ୍ରଧାନ, ଅଗ୍ନି ନିର୍ବାପକ ଅଧିକାରୀ ଜୀବନ ପ୍ରତାପ ଟପ୍ପୋ ଓ କେନ୍ଦୁପତ୍ର ବିଭାଗ ରେଞ୍ଜ ଅଧିକାରୀ ପ୍ରଭାତ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପ୍ରକୃତିର ସୁରକ୍ଷାରେ ଜୀବ ଜଗତର ମଙ୍ଗଳ ରହିଥିବାରୁ ଗ୍ରାମେ ଗ୍ରାମେ ଜଙ୍ଗଲ ସୁରକ୍ଷା ଓ ବନାଗ୍ନି ନିରାକରଣ ପାଇଁ ସଚେତନତା ପ୍ରକାଶ କରିବାକୁ ଆହ୍ୱାନ ଦେଇଥିଲେ। ବାମରା ବନଖଣ୍ଡ ଏସିଏଫ ଜିତେନ୍ଦ୍ର କୁମାର ବେହେରା ଅତିଥି ପରିଚୟ ସହ ଧନ୍ୟବାଦ ଅର୍ପଣ କରିଥବା ବେଳେ ସମଗ୍ର ଆଲୋଚନା ଚକ୍ର କୁ ସାମାଜିକ କର୍ମୀ ଲକ୍ଷ୍ମୀଧର ବିନ୍ଧାଣୀ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବନ ସୁରକ୍ଷା ସମିତିର ସଭ୍ୟା, ପଂଚାୟତ ବିଭାଗ କେନ୍ଦୁପତ୍ର ବିଭାଗର କର୍ମଚାରୀ ଶତାଧିକ ସଂଖ୍ୟାରେ ଅଂଶ ଗ୍ରହଣ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ