ନୀଳଗିରି: ରୋଗୀକୁ ଆଣିବାକୁ ଯିବା ବେଳେ ନିର୍ମାଣଧୀନ ପୋଲ ଉପରେ ଚଢିଗଲା ଆମ୍ବୁଲାନ୍ସ । ବାଲେଶ୍ୱର ଜିଲ୍ଲା ସେରଗଡ ଉଦଳା ସଜନାଗଡ ରାସ୍ତା ପୋଡାଶୁଳା ନିକଟରେ ଏହି ଦୁର୍ଘଟଣା ଘଟିଛି । ନିର୍ମାଣଧୀନ ପୋଲ ଉପରେ ଚଢି ଆମ୍ବୁଲାନ୍ସ ଝୁଲି ରହିଛି । ଦୁର୍ଘଟଣାରେ ଡ୍ରାଇଭର ଅଳ୍ପକେ ବର୍ତି ଯାଇଛି ।

ସୂଚନା ଅନୁଯାୟୀ, ରାତି ପ୍ରାୟ ୩ଟାରେ ଏକ ଆମ୍ବୁଲାନ୍ସ ଭାଲୁକାଶୁଣି ଅଂଚଳରୁ ଗଭର୍ବତୀ ମହିଳାଙ୍କୁ ଆଣିବାକୁ ଯାଉଥିଲା । ଏହି ସମୟରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ପୋଡାଶୁଳା ନିକଟରେ ନିର୍ମାଣଧୀନ ପୋଲ ଉପରେ ଚଢି ଯାଇଥିଲା । ପରେ ଆମ୍ବୁଲାନ୍ସଟି ବିପଦସଙ୍କୁଳ ଅବସ୍ଥାରେ ଝୁଲି ରହିଥିଲା । ଦୁର୍ଘଟଣା ପରେ ଡ୍ରାଇଭର ଫେରାର ମାରିଥିବା ଜଣା ପଡିଛି । ପୋଲିସ ଘଟଣାସ୍ଥଳରେ ପହଂଚି ଗାଡି ଜବତ କରି ତଦନ୍ତ ଚଳାଇଛି । ଗଭର୍ବତୀ ମହିଳାଙ୍କୁ ଅନ୍ୟ ଏକ ଆମ୍ବୁଲାନ୍ସରେ ନୀଳଗିରି ହସ୍ପିଟାଲରେ ଭର୍ତି କରାଯାଇଛି ।