Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ର ଏକ ଜଳଖିଆ ଦୋକାନରେ ଗ୍ୟାସ ସିଲିଣ୍ଡର ରୁ ନିଆଁ ଲାଗି ଦୋକାନ ଘର ଜଳିଗଲା

ଲକ୍ଷ୍ମୀପୁର ୧୩/୦୩ ..କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକ ସଦର ମହକୁମା ର ନୁଆଁ ବସ ଷ୍ଟାଣ୍ଡ ରେ ଥିବା ଏକ ଜଳଖିଆ ଦୋକାନରେ ଦୋଶା ପ୍ରସ୍ତୁତ କରୁଥିବା ସମୟରେ ହଠାତ୍ ଗ୍ୟାସ ଟାଙ୍କିରେ ନିଆଁ ଲାଗି ଯାଇଥିଲା।ସେଠାରେ ଜଳଖିଆ ଖାଉଥିବା ଗ୍ରାହକ ମାନେ ଚିତ୍କାର କରି ଦଉଡ଼ି କି ବାହାରକୁ  ଆସିଯାଇଥିବା ବେଳେ ଦୋକାନ ମାଲିକ ମଧ୍ୟ ଭୟରେ ଦଉଡ଼ି ବାହାରକୁ ପଲାଇ ଆସି ଥିଲେ। ଏହାପରେ କିଛି ଆଖପାଖ ଦୋକାନୀ  ବାହାରକୁ ବାହାରି ଦେଖିବା ପରେ ଲକ୍ଷ୍ମୀପୁର ଅଗ୍ନିଶ୍ରମ ବିଭାଗକୁ ଫୋନ୍ କରିବାରୁ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁ ଆୟତ୍ତ କରିବାରେ ନାକେ ଦମ୍ ହୋଇଥିଲେ। ଦୋକାନ ଭିତରୁ ସାହସ ର ସହ ସିଲିଣ୍ଡର ଟିକୁ ବାହାରକୁ ଆଣି ପାଣି ଓ ଗ୍ୟାସ ସ୍ପ୍ରେ କରି ପ୍ରାୟ ୧୫ ମିନିଟ ପରେ ସିଲିଣ୍ଡର ରୁ ନିଆଁ ଲିଭାଇବାକୁ ସକ୍ଷମ ହୋଇଥିଲେ।ସିଲିଣ୍ଡର ଟି ହୁତୁ ହୁତୁ ହୋଇ ଜଳୁଥିବା ବେଳେ ଲୋକେ କିନ୍ତୁ ବିପଦ ଓ ଭୟ ଥିବା ସତ୍ୱେ ନିଆଁ ଦେଖିବାକୁ ଜମି ରହିଥିଲେ। ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ କୁ ଆୟତ କରିବାରୁ ଏକ ବଡ଼ ଦୁର୍ଘଟଣା ବର୍ତ୍ତୀ ଯାଇପାରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ