Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଣି ନଦୀ ପାର ହୋଇ ଶବ ସଂସ୍କାର..ବାରମ୍ବାର କହିବା ସତ୍ୱେ ହୋଇପାରୁନି ପୋଲୋ..

ଲକ୍ଷ୍ମୀପୁର ୧୩/୦୩ .. ଭରା ନଦୀରେ ପାର ହୋଇ ପୁଣି ଶବ ସଂସ୍କାର ଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକ ଅନ୍ତର୍ଗତ କୁସୁମଗୁଡା ଗ୍ରାମ ପଞ୍ଚାୟତ ର କେଲାର ଗାଁ ରେ। ଆଜି ଗାଁ ର ବୟୋଜ୍ୟାଷ୍ଟ ବ୍ୟକ୍ତି ତଥା
ପ୍ରାଚୀନ ଧନିଆଁ ଖୋସଲାଙ୍କ ଦେହାନ୍ତ ହୋଇଥିଲା। ଧନିଆଁ ଙ୍କ ଅନ୍ତିମ ସଂସ୍କାର ସକାଶେ ସହ ସହ ଲୋକେ ଉପସ୍ଥିତ ହୋଇଥିଲେ, ସନ୍ଧ୍ୟା ସମୟରେ ଗାଁ ରୁ ପ୍ରାୟ ଏକ କିଲୋମିଟର ଦୂରରେ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ  ଧନିଆଁ ଙ୍କୁ କବର ଦେବାରେ ବ୍ୟବସ୍ଥା କରାଯାଇଥିଲା, କବର ସ୍ଥାନ କୁ ନେବାକୁ ହେଲେ  ଗାଁ ତଳେ ଥିବା ଏକ ଭରା ନଇଁ ପାର ହେବାକୁ ପଡିଥାଏ, ଖରା ଦିନ ସତ୍ୱେ   ନଇଁ ରେ ଥିବା ଆଣ୍ଠୁଏ ପାଣି ରେ ଶବ ନିଆଯାଇଥିଲା। ବାରମ୍ବାର ଏନେଇଁ ପ୍ରଶାସନ ସହ ସ୍ଥାନୀୟ ନେତା ଙ୍କୁ ପୋଲୋ ଖଣ୍ଡିଏ ସକାଶେ କୁହାଯାଇଥିଲେ ସୁଧା ଆଜି ପର୍ଯ୍ୟନ୍ତ ହୋଇ ପାରୁନଥିବା ଗାଁ ର ପ୍ରଶାନ୍ତ ଖୋସଲା, ଅରୁଣ ଟାକ୍ରୀ, ପିତର ଭତ୍ରା, ମିଲଟନ ଖରା, ମଣ୍ଟୁ ଖୋସଲା ଭଳି ଅନେକ ଯୁବକ ପ୍ରକାଶ କରିଛନ୍ତି। କେଲାର ଗାଁ ରେ  ୫ଟି ସାହିରେ ୪୦୦ ରୁ ଉର୍ଧ୍ଵ ପରିବାର ବସବାସ କରୁଥିବା ବେଳେ ପ୍ରାୟ ୨୦୦୦ ରୁ ଉର୍ଧ୍ଵ ଜନସଂଖ୍ୟ ଓ ୧୪୦୦ ପାଖାପାଖି ଭୋଟର ରହିଛନ୍ତି। ଭୋଟ ସମୟରେ ନେତାଙ୍କ ଦେଖା ମିଳୁଥିବା ବେଳେ ପଞ୍ଚାୟତ ଇଲେକ୍ସନ ସମୟରେ କେଲାର ଗାଁ ଗୁରୁତ୍ୱ ପୁର୍ଣ ଭୂମିକା ନେଇଥାଏ, କିନ୍ତୁ ନିର୍ବାଚନ ସରିଲେ ଗାଁ ର ବିକାଶ କାର୍ଯ୍ୟ ପ୍ରତି କେହି ଗୁରୁତ୍ୱ ଦେଉନଥିବା କହିଛନ୍ତି ଗ୍ରାମବାସୀ। ଗାଁ ରେ ହିନ୍ଦୁ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ର ଲୋକେ ରହୁଥିବା ବେଳେ ଗାଁ ରେ କାହାର ବି ମୃତ୍ୟୁ ହେଲେ ଭରା ନଦୀ ପାର ହୋଇ ହିଁ ଶବ ସଂସ୍କାର କରାଯାଇଥାଏ। ଗାଁ ଠାରୁ ସ୍ମଶାନ ପର୍ଯ୍ୟନ୍ତ ରାସ୍ତା ସକାଶେ ଜମି ପ୍ରଦାନ କରିବାକୁ ମଧ୍ୟ ଜମି ମାଲିକ ମାନେ ସହମତ ଥିବା କହିଛନ୍ତି ଗ୍ରାମବାସୀ, କିନ୍ତୁ ରାସ୍ତା ଓ ପୋଲ ଖଣ୍ଡିଏ ହୋଇପାରୁନଥିବା କାରଣରୁ ବର୍ଷା ଦିନ ଜୀବନ କୁ ବାଜି ଲଗାଇ ମୃତ ବ୍ୟକ୍ତି ଙ୍କ ଅନ୍ତିମ ସଂସ୍କାର କରାଯାଉଥିବା ଗ୍ରାମବାସୀ କହିଛନ୍ତି। ଲକ୍ଷ୍ମୀପୁର ବ୍ଳକ ର କେବଳ ଯେ କେଲାର ଗ୍ରାମ ନୁହେଁ ବରଂ ପ୍ରାୟ ଅଧିକାଂଶ ଗାଁ ରେ ଗାଁ ସ୍ମଶାନ ସକାଶେ ରାସ୍ତା ସମସ୍ୟା ଏକ ପ୍ରମୁଖ ସମସ୍ୟା ହୋଇ ରହିଛି। ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବୀ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ