ନୂଆଦିଲ୍ଲୀ: ଗତ ଦିନରେ କିଛି ରିପୋର୍ଟ ଆସିଥିଲା ଯେ, ବିଶ୍ୱକପ୍ ୨୦୨୪ ପାଇଁ ଭାରତୀୟ ଦଳରେ ବିରାଟ କୋହଲିଙ୍କୁ ସ୍ଥାନ ମିଳିବ ନାହିଁ । ଏହା ପଛର କାରଣ ଦର୍ଶାଯାଇଥିଲା ଯେ, ୱେଷ୍ଟଇଣ୍ଡିଜ ଓ ଆମେରିକାର ପିଚ୍ ଧିମା । ତେଣୁ ସେଠାକାର ପରିବେଶ ବିରାଟ କୋହଲିଙ୍କ ବ୍ୟାଟିଂକୁ ସୁହାଇବ ନାହିଁ । ଆଉ ଏଥିରେ ଭାରତକୁ ଫାଇଦା ମିଳିବ ନାହିଁ । ଏବେ ଏହା ବିପରୀତ ପୂର୍ବତନ ଭାରତୀୟ କ୍ରିକେଟର କୀର୍ତି ଆଜାଦ ବଡ ଦାବି କରିଛନ୍ତି । ସେ ଏକ୍ସରେ ଲେଖିଛନ୍ତି ରୋହିତ ଶର୍ମା ବିରାଟ କୋହଲିଙ୍କୁ ଯେ କୌଣସି ମୂଲ୍ୟରେ ଟି-୨୦ ବିଶ୍ୱକପ୍ ଦଳରେ ଚାହାନ୍ତି । ଏହି କଥାକୁ ରୋହିତ ବିସିସିଆଇ ସଂପାଦକ ଜୟ ଶାହଙ୍କୁ ମଧ୍ୟ ଜଣାଇ ଦେଇଛନ୍ତି ।
କୀର୍ତି ଆଜାଦ କହିଛନ୍ତି, ଅଜିତ ଅଗରକରଙ୍କୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଅନ୍ୟ ଚୟନକର୍ତାଙ୍କ ସହ ଆଲୋଚନା କରି ବିରାଟ କୋହଲିଙ୍କୁ ଟି-୨୦ ବିଶ୍କବପରେ ସ୍ଥାନ ମିଳିବ ନାହିଁ ବୋଲି ବୁଝାଇବାକୁ ସମୟ ଦିଆଯାଇଛି । ତେବେ ଅଗରକର ଏହି ଖବର ପରେ ନା ଅନ୍ୟ ଚୟନକର୍ତାଙ୍କ ସହ ନା ଆଲୋଚନା କରିଛନ୍ତି ନା ସେମାନଙ୍କୁ ମନାଇଛନ୍ତି । ଜୟ ଶାହ ରୋହିତ ଶର୍ମାଙ୍କୁ ପଚାରିଛନ୍ତି ମାତ୍ର ରୋହିତ ଆମକୁ କୌଣସି ମୂଲ୍ୟରେ ବି ବିରାଟ କୋହଲି ଦରକାର ବୋଲି କହିଛନ୍ତି । ବିରାଟ କୋହଲି ଟି-୨୦ ବିଶ୍ୱକପ୍ ଖେଳିବେ ଏବଂ ଏହାର ଆନୁଷ୍ଠାନିକ ଘୋଷଣା ଦଳ ଚୟନ ପୂର୍ବରୁ କରାଯିବ । କୀର୍ତି ଆଜାଦଙ୍କ ମତରେ ରୋହିତ କୋହଲିଙ୍କୁ ଦଳରେ ଯେ କୌøଣସି ସ୍ଥିତିରେ ଦେଖିବାକୁ ଚାହାନ୍ତି ।
Why should Jay Shah, he is not a selector, to give responsibility to Ajit Agarkar to talk to the other selectors and convince them that Virat Kohli is not getting a place in the T20 team. For this, time was given till 15th March. If sources are to be believed, Ajit Agarkar was… pic.twitter.com/FyaJSClOLw
— Kirti Azad (@KirtiAzaad) March 17, 2024
ବିସିସିଆଇ ସଂପାଦକ ଜୟ ଶାହ ଟି-୨୦ ବିଶ୍ୱକପ୍ ପାଇଁ ରୋହିତ ଶର୍ମାଙ୍କୁ ଅଧିନାୟକ କରାଯିବ ବୋଲି କହି ସାରିଛନ୍ତି । ହେଲେ ବିରାଟ କୋହଲିଙ୍କୁ ଦଳରେ ସ୍ଥାନ ମିଳିବ କି ନାହିଁ ଏହା ଉପରେ ନିରବ ରହିଛନ୍ତି । କୋହଲିଙ୍କୁ ବିଶ୍ୱକପ୍ ଦଳରେ ସାମିଲ୍ କରାଯିବ କି ନାହିଁ ଏହି ଦାୟିତ୍ୱ ସେ ମୁଖ୍ୟ ଚୟନକର୍ତା ଅଜିତ ଅଗରକରଙ୍କ ଉପରେ ଛାଡିଛନ୍ତି । ଅନ୍ୟ ଖବର ଅନୁଯାୟୀ, ଯଦି ବିରାଟ କୋହଲି ଆଇପିଏଲ୍ ୨୦୨୪ରେ ଦମଦାର ପ୍ରଦର୍ଶନ କରନ୍ତି ତେବେ ତାଙ୍କୁ ଟି-୨୦ ବିଶ୍ୱକପ୍ ଦଳରେ ସ୍ଥାନ ମିଳିବ । ବିଫଳ ହେଲେ ଦଳରେ ସ୍ଥାନ ମିଳିବା ସମ୍ଭାବନା ବହୁତ କମ ।