Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରରେ ଅତ୍ୟାଧୁନିକ ପ୍ରେକ୍ଷାଳୟ,ବୃହତ ମୁକ୍ତ ରଙ୍ଗମଞ୍ଚ ଓ କଲଚରାଲ କମ୍ପ୍ଲେକ୍ସ ପ୍ରତିଷ୍ଠା ଦାବିରେ କଳାକାରଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ସମ୍ବଲପୁର:ସମ୍ବଲପୁର ସହର ପରି ଏକ ସଂସ୍କୃତି ସମ୍ପନ୍ନ ସହରରେ ଆଜିଯାଏ କଳାକାର ମାନଙ୍କ ପାଇଁ ଏକ ଅତ୍ୟାଧୁନିକ ପ୍ରେକ୍ଷାଳୟ ନଥିବା ଦୁର୍ଭାଗ୍ୟ ଜନକ ବିଷୟ l ଯେଉଁ ସହରର କଳାକାର ମାନେ ଏ ଅଞ୍ଚଳର ଲୋକ ସଂସ୍କୃତି ତଥା ଲୋକ ନୃତ୍ୟ, ଲୋକ ସଂଗୀତ ଓ ନାଟକ କୁ ଦେଶ ବିଦେଶରେ ପ୍ରଦର୍ଶନ କରି ଏ ଅଞ୍ଚଳ ପାଇଁ ସମ୍ମାନ ଆଣିଛନ୍ତି, ସେହି ସହରରେ କଳାକାର ମାନେ ନିଜର କଳା ପ୍ରଦର୍ଶନ ପାଇଁ ରଙ୍ଗମଞ୍ଚ ନାହିଁ l
ସମ୍ବଲପୁର ବିଶ୍ୱବିଦ୍ୟାଳୟ, ବୁର୍ଲା, ଭୀମସାର ଓ ଭିସୁଟ, ବୁର୍ଲା ଓ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଠାରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସରକାର ଦ୍ୱାରା ପ୍ରେକ୍ଷାଳୟ ପ୍ରତିଷ୍ଠା ହୋଇପାରିଛି, ହେଲେ ହଜାର ହଜାର କଳାକାର ମାନଙ୍କ ପାଇଁ ସରକାରୀ ପ୍ରେକ୍ଷାଳୟ ଟିଏ ହୋଇପାରିନାହିଁ l ଯାହାକି ଅତ୍ୟନ୍ତ କ୍ଷୋଭ ର ବିଷୟ ବୋଲି ନାଟନାଟୁଆ ର ସଂଯୋଜକ ପ୍ରକାଶ କରିଛନ୍ତି l
କେବଳ ସେତିକି ନୁହେଁ ଦେଶ ବିଦେଶ ରେ ଖ୍ୟାତି ପାଇଥିବା କଳାକାର ତଥା ସାଂସ୍କୃତିକ ଅନୁଷ୍ଠାନ ମାନଙ୍କ ପାଇଁ ଅଭ୍ୟାସ କକ୍ଷ ଟିଏ ଭି ନାହିଁ, ସମୟ ଅନୁସାରେ ଦାଣ୍ଡ ଦୁଆର ହୋଇ କଳାକାର ମାନେ ଲୋକକଳା ଅଭ୍ୟାସ କରିବାକୁ ବାଧ୍ୟ ହୋଉଛନ୍ତି l ତେଣୁ, ସଂସ୍କୃତି ବିଭାଗ ଏହି ବିଷୟରେ ଗୁରୁତ୍ୱ ର ସହ ଉଦ୍ୟମ କରିବାକୁ ଦାବୀ କରା ଯାଇଛି l
ସମ୍ବଲପୁରୀ ଲୋକ ନୃତ୍ୟ, ଲୋକଗୀତ ଓ ନାଟକ ତଥା ଲୋକ ମହୋତ୍ସବ କୁ ଦୃଷ୍ଟି ରେ ରଖି ଏକ ବୃହତ ମୁକ୍ତରଙ୍ଗ ନିର୍ମାଣ କରିବାକୁ କଳାକାର ମାନେ ଦାବୀ ଜଣାଇଛନ୍ତି l ଏଥିସହ ଲୋକ ସଂସ୍କୃତି ର ଗନ୍ତାଘର ସମ୍ବଲପୁର ସହର ରେ ସଂସ୍କୃତି ର ସୁରକ୍ଷା, ଗବେଷଣା ଓ ପ୍ରଦର୍ଶନ ବିଷୟକୁ ଗୁରୁତ୍ୱ ଦେଇ ଏକ କଲଚରାଲ କମ୍ପ୍ଲେକ୍ସ ପ୍ରତିଷ୍ଠା କରିବାକୁ କଳାକାର ବୃନ୍ଦ ମୁଖ୍ୟମନ୍ତ୍ରୀ ଙ୍କର ଉଦେଶ୍ୟ ରେ ଏହି ଦାବୀ ଉପସ୍ଥାପନ କରିଛନ୍ତି l
ସୂଚନା ଯୋଗ୍ୟ ଯେ ନାଟନାଟୁଆ ର ସଂଯୋଜକ ସୂର୍ଯ୍ୟ ପାଣିଗ୍ରାହୀ ଙ୍କର ଆବାହକତ୍ୱ ରେ ଜିଲ୍ଲାପାଳ ଙ୍କୁ ବିଭିନ୍ନ ସାଂସ୍କୃତିକ କ୍ଷେତ୍ର ର ସମସ୍ୟା ର ସମାଧାନ ପାଇଁ କଳାକାର ମାନଙ୍କ ପକ୍ଷରୁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା l ଗତକାଲି ପୁଣି ମୁଖ୍ୟମନ୍ତ୍ରୀ ଙ୍କର ଉଦ୍ୟେଶ୍ୟ ରେ ଉତ୍ତରାଞ୍ଚଳ ରାଜସ୍ବ କମିଶନର ଙ୍କର ଜରିଆରେ ଏହି ସବୁ ସମ୍ବେଦନଶୀଳ ସମସ୍ୟା ବିଷୟରେ ଦାବିପତ୍ର ନାଟନାଟୁଆ ର ସଂଯୋଜକ ସୂର୍ଯ୍ୟ ପାଣିଗ୍ରାହୀ ଙ୍କର ସହ ସହ ସଂଯୋଜକ ବିରୁପାକ୍ଷ ପ୍ରଧାନ, ଅତିଶ ଶତପଥି, ରଙ୍ଗେୟ ଷଡ଼ଙ୍ଗୀ, ଅଜୟ ନାଥ, ଶଙ୍କର ବେହେରା, ଫଣିନ୍ଦ୍ର ପ୍ରଧାନ ପ୍ରମୁଖ ପ୍ରଦାନ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ