Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦାୟିତ୍ବ ଓ କର୍ତ୍ତବ୍ୟ ପ୍ରତି ଯତ୍ନବାନ ହେଲେ ସୁସ୍ଥ ଓ ସମୃଦ୍ଧ ରାଷ୍ଟ୍ର ନିର୍ମାଣ ସମ୍ଭବ – ସୁଶାନ୍ତ ସାବତ

ବ୍ରହ୍ମପୁର:ସମାଜରେ ସମାଜସେବୀ ଅନୁଷ୍ଠାନ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ। ସରକାର ପ୍ରଶାସନିକ ଓ ଜନସାଧାରଣ ଙ୍କ ମଧ୍ୟରେ ଉପଯୁକ୍ତ ସଂପର୍କ ରକ୍ଷାକରି ବା ସହ ସରକାରୀ, ବେସରକାରୀ ଯୋଜନା କୁ ଜନସାଧାରଣ ପଖେରେ ପଞ୍ଚାଇବା ଗୁରୁ ଦାୟିତ୍ବ ନିବସହ୍ ସବୁ କ୍ଷେତ୍ର ରେ ସଜାଗ ପ୍ରହରୀ ପରି କାର୍ଯ୍ୟ କରିଥାନ୍ତି। ଏଣୁ ଆମେ ଆମର କର୍ତ୍ତ୍ୟବ ଓ ଦାୟିତ୍ବ ପ୍ରତି ଯତ୍ନବାନ ହେଲେ ,ଏକ ସୁସ୍ଥ – ସମୃଦ୍ଧ ରାଷ୍ଟ୍ର ନିର୍ମାଣ ହେବ ବୋଲି ଆଜି ସଂତୋଷି ମା ମନ୍ଦିର ସମ୍ମିଳନୀ ପ୍ରକୋଷ୍ଠରେ ମହାନ୍ ସଙ୍ଘ ପକ୍ଷ ରୁ ଆୟୋଜିତ “ଆମ ଅଧିକାର ଓ ଆମ କର୍ତ୍ତ୍ୟବ” ଆଲୋଚନା ଚକ୍ର କୁ ଉଦ୍ଘାଟନ କରି ସଂଘ ର ପ୍ରତିଷ୍ଠାତା ତଥା ବହୁ ଅନୁଷ୍ଠାନ ର ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ମତବ୍ୟକ୍ତ କରିଥିଲେ। ସମ୍ପାଦକ ଶ୍ରୀ ପ୍ରଶାନ୍ତ କୁମାର ପାତ୍ର ଙ୍କ ଅଧ୍ୟକ୍ଷାତା ରେ ଅନୁଷ୍ଟିତ ଆଲୋଚନା ଚକ୍ର କୁ ଶ୍ରୀ ଶିମଞ୍ଚଲ୍ ପାଣିଗ୍ରାହୀ ସଂଯୋଜନା କରିଥିଲେ। ସେଶରେ ମହିଳା ବିଭାଗ ଅଧ୍ୟକ୍ଷା ଶ୍ରୀମତୀ ଦେବିପ୍ରଭା ରଥ ଧନ୍ୟବାଦ ପ୍ରଦାନ କରିଥିଲେ ଆଲୋଚନା ଚକ୍ରରେ ବହୁ ଅନୁଷ୍ଠାନ ର ପ୍ରତିନିଧି ଙ୍କ ସମେତ ଏସ ପ୍ରକାଶ ଚନ୍ଦ୍ର ପାତ୍ର, ସୁକାନ୍ତ ଗୌଡ଼,ପ୍ରଫୁଲ୍ଲ କୁମାର ପାତ୍ର, ଡ ଧନ ଲକ୍ଷ୍ମୀ ପଟନାୟକ, ନଳିନୀ ସାହୁ, ଡ ସୁରଜିତ ପାଣିଗ୍ରାହୀ, ତ୍ରିନାଥ ନାୟକ, ନମିତା ରାଣୀ ରାଉତ,ଶ୍ରୀ ସଞ୍ଜୟ ମାଝୀ, ବନ୍ଦିତା ତ୍ରିପାଠୀ, ଡ ସୌଭାଗ୍ୟଲକ୍ଷ୍ମୀ ପ୍ରିୟଦର୍ଶନି, ପି, ବୁଚିବାବୁ, ଶ୍ରୀ ସୁରେଶ ତ୍ରିପାଠୀ, ଶ୍ରୀ ଭୀଷ୍ମଚାଜ୍ୟ ଚଉଧୁରୀ, ରବିନ୍ଦ୍ର ସାହାଣୀ, ଶ୍ରୀ ରବୀନ୍ଦ୍ର ସାହାଣୀ, ପୁଷ୍ପାଞ୍ଜଳି ମହାପାତ୍ର, ଶ୍ରୀ ରମେଶ ସାହୁ, ମନୋଜ ମହାପାତ୍ର, ଡ ସନ୍ଧ୍ୟା ରାଣୀ ପଟ୍ଟନାୟକ, ତ୍ରିନାଥ ନାୟକ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ