Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଛ ଚାଷ ସବସିଡି ଟଙ୍କା ହଡ଼ପ ଅଭିଯୋଗ। ଜିଲ୍ଲାପାଳଙ୍କ ଦ୍ୱରସ୍ଥ ହେଲେ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟ।

ସ୍ଵୟଂ ସହାୟକ ଗୋଷ୍ଠୀ ର ସଭାପତି ଓ ସଂପାଦକ ମାଛ ଚାଷ ସବସିଡି ଟଙ୍କା ହଡ଼ପ କରିଥିବର ଅନ୍ୟ ସଦସ୍ୟ ମାନେ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ୍ କତରବଗା ପଞ୍ଚାୟତ ଅନ୍ତର୍ଗତ ଭୂଳିଆଟିକ୍ରା ଗ୍ରାମରେ ଥିବା ଜୟ ମା ଭବାନୀ ସ୍ଵୟଂ ସହାୟକ ଗୋଷ୍ଠୀ ଗ୍ରାମରେ ଥିବା ଭୁଲିଆ କଟା କୁ ମାଛ ଚାଷ କରିବା ପାଇଁ ପଞ୍ଚାୟତ ରୁ ୫ ବର୍ଷ ପାଇଁ ୫୦ହଜାର ଟଙ୍କା ରେ ଲିଜ ନେଇଛନ୍ତି। ସେହି କଟା ରେ ମାଛ ଚାଷ ବାବଦ ରେ ଓଡ଼ିଶା ସରକାର ଙ୍କ ତରଫରୁ ସବସିଡି ବାବଦକୁ ତା ୨୦/୦୧/୨୦୨୪ରେ ଜୟ ମା ଭବାନୀ ସ୍ଵୟଂ ସହାୟକ ଗୋଷ୍ଠୀ ଏକାଉଣ୍ଟ୍ ନଂ – ୮୪୦୦୬୦୩୫୭୪୮ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍ କତରବଗା କୁ ୮୦୮୫୦୦ ଟଙ୍କା ଆସିଥିଲା କିନ୍ତୁ ଗ୍ରୁପ୍ ର ସଭାପତି ଓ ସଂପାଦକ ଚ୍ଞ୍ଚକତା କରି ଗ୍ରୁପ୍ ର ଅନ୍ୟ ୮ ଜଣ ସଦସ୍ୟ ଙ୍କ ଜାଳି ଦସ୍ତଖତ ମାରି ଓ ଫରଜରି ବୈଠକ କରି ସବସିଡି ଟଙ୍କା ରୁ ୮୦୮୦୦୦ ଟଙ୍କା ରାଜେଶ ରଜପାଲିଆ ନାମକ ଅନ୍ୟ ଜଣେ ବ୍ୟକ୍ତି ଙ୍କ ଏକାଉଣ୍ଟ୍ ନଂ ୦୮୪୦୦୭୯୩୮୩୩ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍ ଟେକରି ପଡ଼ା କୁ ଟ୍ରାନସଫର କରାଯାଇଥିଲା। ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ମାନେ ଜିଲ୍ଲାପାଳ ଓ ଭିଜିଲାନ୍ସ ରେ ଅଭିଯୋଗ କଲାପରେ ଯେଉଁ ବ୍ୟକ୍ତି ଙ୍କ ଏକାଉଣ୍ଟ୍ କୁ ଟଙ୍କା ଟ୍ରାନସଫର ହୋଇଥିଲା ସେହି ଏକାଉଣ୍ଟ୍ ରୁ ପୁରା ୮ଲକ୍ଷ ୮ହଜାର ଟଙ୍କା ସ୍ଵୟଂ ସହାୟକ ଗୋଷ୍ଠୀ ଏକାଉଣ୍ଟ୍ କୁ ଆସିଯାଇଥିଲା।
ଏହି ଘଟଣା ର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଏହି ହେରଫେର ରେ ସଂପୃକ୍ତ ବ୍ୟକ୍ତି ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟ ମନେ ଦାବୀ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ