ବରିଷ୍ଠ ବିଜେଡି ନେତା ଦାମ ରାଉତ ଗୁରୁତର


ଭୁୁବନେଶ୍ୱର: ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ଅବସ୍ଥା ଗୁରୁତର । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି। ବାପା ଦାମ ରାଉତ ଚିକିତ୍ସାଧୀନ ଥିବା ପୁଅ ସମ୍ବିତ ରାଉତରାୟ ଗୁରୁବାର ସୂଚନା ଦେଇଛନ୍ତି । ଗତ ଦିନରେ ମଧ୍ୟ ଦାମରାଉତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନ ଥିବା ଖବର ଆସୁଥିଲା ।

ସୂଚନା ଅନୁଯାୟୀ, ୧୮ ତାରିଖ ବିଳମ୍ବିତ ରାତିରେ ଦାମ ଅସୁସ୍ଥ ହୋଇ ପଡିଥିଲେ । ପରିବାର ଲୋକେ ତାଙ୍କୁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତି କରିଥିଲେ । କିନ୍ତୁ ଅବସ୍ଥା ଗୁରୁତର ହେବାରୁ ଦାମଙ୍କୁ ରାଜଧାନୀ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଦାମଙ୍କ ବ୍ରେନ ଡେଡ୍ ହୋଇଥିବା ପୁଅ ସମ୍ବିତ ସୂଚନା ଦେଇଛନ୍ତି । ଦାମଙ୍କ ଶୁଭେଚ୍ଛୁ ଓ ପ୍ରଶଂସକ ତାଙ୍କର ସୁସ୍ଥତା କାମନା କରିଛନ୍ତି ।

ସୂଚନାଯୋଗ୍ୟ, ଦାମୋଦର ରାଉତ ବିଜେଡିର ଜଣେ ଟାଣୁଆ ନେତା ଥିଲେ । ସେ ସାତ ଥରର ବିଧାୟକ । ନବୀନ ସରକାରରେ ଅନେକ କ୍ୟାବିନେଟ୍ ମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିଲେ । ତେବେ ସେ ୨୦୧୯ ନିର୍ବାଚନରେ ବିଜେଡି ଛାଡି ବିଜେପିରେ ମିଶିଥିଲେ ହେଁ ସକ୍ରିୟ ରାଜନୀତିରେ ଦୂରେଇ ରହିଥିଲେ । ନିକଟରେ ଶେଷ ଥର ତାଙ୍କୁ ବିଜେଡିର ଏକ କାର୍ଯ୍ୟକ୍ରମରେ ହ୍ୱିଲ ଚେୟାରରେ ସହ ବସିଥିବା ଏବଂ ତାଙ୍କୁ ସମ୍ବର୍ଦ୍ଧିତ କରାଯାଉଥିବା ଦେଖିବାକୁ ମିଳିଥିଲା ।