ସମ୍ବଲପୁର:ହୀରାକୁଦ ସ୍ଥିତ ହିଣ୍ଡାଲକୋ କମ୍ପାନୀ ରେ ଠିକା ଶ୍ରମିକ ମାନଙ୍କ ଅନ୍ୟତମ ସଙ୍ଘ ହିଣ୍ଡାଲକୋ ସ୍ମେଲଟର କଣ୍ଟ୍ରାକ୍ଟର ୱାର୍କର୍ସ ୟୁନିଅନ ର ନୂତନ ପଦାଧିକାରୀ ଚୟନ ପ୍ରକ୍ରିୟା ନିକଟ ଅତୀତରେ ସମ୍ପନ୍ନ ହୋଇଯାଇଛି । ହିଣ୍ଡାଲକୋ ସ୍ମେଲଟର କଣ୍ଟ୍ରାକ୍ଟର ୱାର୍କର୍ସ ୟୁନିଅନ ର ସାଧାରଣ ସମ୍ପାଦକ ରୂପଧର ଛତ୍ରିଆ ନିକଟ ଭବିଷ୍ୟତରେ ଅବସର ଗ୍ରହଣ କରିବା ଅବ୍ୟାବହିତ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ସମ୍ପନ୍ନ କରାଯାଇଛି ।
ଗତ ୯ ତାରିଖ ରେ ହିଣ୍ଡାଲକୋ ସ୍ମେଲଟର କଣ୍ଟ୍ରାକ୍ଟର ୱାର୍କର୍ସ ୟୁନିଅନର ଏକ ଜରୁରୀ ବୈଠକ ହୋଇଥିଲା । ବୈଠକ ରେ ବିଧାୟଜ ଙ୍କ ଝିଅ ସୁଶ୍ରୀ ଶୁଭଶ୍ରୀ ମିଶ୍ର ଉପସ୍ଥିତ ଥିଲେ । ବିଧାୟକ ଶ୍ରୀଯୁକ୍ତ ଜୟ ନାରାୟଣ ମିଶ୍ର ଭୁବନେଶ୍ୱର ରେ ଥାଇ ଭିଡିଓ କନ୍ଫରେନସିଂ ଜରିଆରେ ବୈଠକ ରେ ଯୋଗ ଦେଇଥିଲେ । ଚଳିତ ଥର ସର୍ବସମ୍ମତି କ୍ରମେ ପୁଣି ଥରେ ହିଣ୍ଡାଲକୋ ସ୍ମେଲଟର କଣ୍ଟ୍ରାକ୍ଟର ୱାର୍କର୍ସ ୟୁନିଅନ ର ସଭାପତି ଭାବେ ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ଜୟ ନାରାୟଣ ମିଶ୍ର ଙ୍କୁ ଚୟନ କରାଯାଇଛି ।
ହିଣ୍ଡାଲକୋ ସ୍ମେଲଟର କଣ୍ଟ୍ରାକ୍ଟର ୱାର୍କର୍ସ ୟୁନିଅନ ର ସାଧାରଣ ସମ୍ପାଦକ ପଦ ପାଇଁ ରାଜ କୁମାର ସିଂ ଙ୍କ ନାମ କୁ ପ୍ରସ୍ତାବ ଦେଇଥିଲେ ୟୁନିଅନ ର ବରିଷ୍ଠ ସଦସ୍ୟ କେ.ଶ୍ରୀନିବାସ । ଉପସ୍ଥିତ ସଦସ୍ୟ ସଦସ୍ୟା ମାନେ ସାଧାରଣ ସମ୍ପାଦକ ଭାବେ ଶ୍ରୀ ସିଂ ଙ୍କୁ ଏକ ସ୍ୱର ରେ ସମର୍ଥନ କରିଥିଲେ । ଏହା ସହିତ ୧୭ ଜଣିଆ କୋର କମିଟି ମଧ୍ୟ ଗଠନ କରାଯାଇଥିଲା ।
ଏହା ସହିତ ହିଣ୍ଡାଲକୋ ସ୍ମେଲଟର କଣ୍ଟ୍ରାକ୍ଟର ୱାର୍କର୍ସ ୟୁନିଅନ ର ଉପସଭାପତି ଭାବେ ଫଣୀ ଭୂଷଣ ମିଶ୍ର ଓ ବିଭୁତି ଭୂଷଣ ପଢିଆରି ଙ୍କୁ ଚୟନ କରାଯାଇଥିବା ବେଳେ ସୁଶ୍ରୀ ଶୁଭଶ୍ରୀ ମିଶ୍ର ଙ୍କୁ ଉପଦେଷ୍ଟା ଭାବେ ଦାୟିତ୍ୱ ଦିଆ ଯାଇଛି ।
ଏହି ବୈଠକ ର ସବୁଶେଷ ବିବରଣୀ ଯଥାବିଧି ଭାବେ କମ୍ପାନୀ କତୃପକ୍ଷ ଓ କମ୍ପାନୀ ରେ କାମ କରୁଥୁବା ଠିକା ସଂସ୍ଥା ମାନଙ୍କୁ ଜଣେଇ ଦିଆ ଯାଇଛି ।
ଆଜି ସନ୍ଧ୍ୟାରେ ହିଣ୍ଡାଲକୋ ସ୍ମେଲଟର କଣ୍ଟ୍ରାକ୍ଟର ୱାର୍କର୍ସ ୟୁନିଅନ ର ବହୁ ସଦସ୍ୟ ସଦସ୍ୟା ସମ୍ବଲପୁର ବିଜେପି କାର୍ଯ୍ୟାଳୟ କୁ ଆସି ବିଧାୟକ ଶ୍ରୀଯୁକ୍ତ ଜୟ ନାରାୟଣ ମିଶ୍ର ଙ୍କୁ ସାକ୍ଷାତ କରିଛନ୍ତି ।
ହିଣ୍ଡାଲକୋ ସ୍ମେଲଟର କଣ୍ଟ୍ରାକ୍ଟର ୱାର୍କର୍ସ ୟୁନିଅନର ପୁନର୍ବାର ସଭାପତି ହେଲେ ଜୟ ନାରାୟଣ ମିଶ୍ର
