Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଶା ସୀମାନ୍ତ ରେ ଦୁଇ ରାଜ୍ୟ ର ପୋଲିସ ଚଢ଼ାଉ..୧୨୬୦୦ ଲିଟର ପୋଚ ନଷ୍ଟ, ମଦବ୍ୟବସାୟୀ ଫେରାର…

ଲକ୍ଷ୍ମୀପୁର ୨୩/୦୩ .କୋରାପୁଟ ଜିଲ୍ଲା ବନ୍ଧୁଗାଁ ପୋଲିସ ଓ ଆନ୍ଧ୍ର ପ୍ରଦେଶ ର କମରେଡା ପୋଲିସ ଓଡିଶା ସୀମାନ୍ତ ରେ ମିଳିତ ଚଢାଉ  କରି ବିପୁଳ ପରିମାଣ ରେ ଦେଶୀ ମଦ ପୋଚ ନଷ୍ଟ କରିଛନ୍ତି। ବିଶେଷ ସୂତ୍ର ରୁ ଖବର ପାଇ ବନ୍ଧୁଗାଁ ବ୍ଳକ ର
ଆଲମଣ୍ଡା ଅଞ୍ଚଳରୁ ବାର ହଜାର ଛଅଶହ ଲିଟର ମହୁଲ ଓ ଗୁଡ଼ ପୋଚ ନଷ୍ଟ କରାଯାଇଥିବା ବେଳେ ମଦ ରନ୍ଧାଳୀ  ମାନେ ଫେରାର ହୋଇଯାଇଥିଲେ। ଆନ୍ଧ୍ର ପ୍ରଦେଶ ମଦ କୁ ନେଇଁ କଡା ପଦକ୍ଷେପ ନିଆ ଯାଉଥିବାବେଳେ ଦେଶୀ ମଦ ତିଆରି କରି ଆନ୍ଧ୍ର କୁ ଚାଲାଣ ସକାଶେ ପ୍ରସ୍ତୁତି ଚାଲିଥିବା ବେଳେ ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ସ୍ଥାନରେ ବିଭିନ୍ନ ସରଞ୍ଜାମ ପୋଲିସ ଦ୍ୱାରା ଜବତ କରାଯାଇଛି।ପ୍ରକାଶ ଥାଉକି ନୀଳାବାଡି ରେ ଅଗ୍ନି ଗାଙ୍ଗମା ଙ୍କ ଯାତ୍ରା ଚାଲୁଥିବା ବେଳେ ଆନ୍ଧ୍ର ର ହଜାର ହଜାର ଲୋକଙ୍କ ଗହଳି ହୋଇଥାଏ ଓ ମଦ ବ୍ୟବସାୟ ପ୍ରଚୁର ହୋଇଥାଏ, ଅବକାରୀ ବିଭାଗ ର ନିଷ୍କ୍ରିୟତା କାରଣରୁ ଚୋରା ରେ ମଦ ବ୍ୟବସାୟ ଜୋରଦାର ଚାଲୁ ଥିବାବେଳେ ବର୍ତ୍ତମାନ ଅବକାରୀ ବିଭାଗ ର କାର୍ଯ୍ୟାନୁଷ୍ଠାନ ଉପରେ ସମସ୍ତଙ୍କ ନଜର।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ