ସମ୍ବଲପୁର(ପଡିଆବାହାଲ)ସ୍ଥାନୀୟ ଜୟ ଦୁର୍ଗା କଲେଜ ରୋଡରେ ସୁଧାମୟୀ-ଭୀଷ୍ମଦେବ ବଡପଣ୍ଡାଙ୍କ ସ୍ମୃତିରେ ଆଜି ସକାଳୁ ଅଷ୍ଟପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି।ସୌମ୍ୟା-ସୁମନଙ୍କ ମୂଖ୍ୟକର୍ତ୍ତୃତ୍ୱରେ ପଣ୍ଡିତ କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ ପୂଜାର୍ଚନା କରୁଛନ୍ତି। ଏଥିପାଇଁ ଗତକାଲି ସନ୍ଧ୍ୟାରେ ଅଧିବାସ ଓ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ମୀନା-ସଞ୍ଜିବ ବଡପଣ୍ଡା, ପ୍ରିୟମ୍ବଦା-ଶକ୍ତି ପ୍ରଶନ୍ନ ବଡପଣ୍ଡା, ଜ୍ୟୋତିର୍ମୟୀ-ଅକ୍ଷୟ କୁମାର ନାୟକ,ସଂଯୁକ୍ତା- ଅଶୋକ ପୂଝାରୀ, ବିନତା-କୃଷ୍ଣ ଚନ୍ଦ୍ର ପ୍ରଧାନ,ବନ୍ଦନା- ସନ୍ତୋଷ କୁମାର ରାୟ,ମଧୁସ୍ମିତା,ଦିଲ୍ଲିପ୍ କୁମାର ପଣ୍ଡା,ଦିପ୍ତିମୟୀ-ସୂର୍ଯ୍ୟ ନାରାୟଣ ମିଶ୍ର,ଶୁଭ୍ରମିତା-ସମ୍ବିତ ପୁରୋହୀତ,ଶର୍ମିଷ୍ଠା, ପ୍ରଗତି ପ୍ରମୂଖ ପାର୍ଶ୍ୱକର୍ତ୍ତା ଭାବେ କଳସ ଧାରଣ କରିଥିଲେ।ଏଥିରେ ଶାସ୍ତ୍ରୀ ମହାରାଜ ଶ୍ରୀମହନ୍ତ କୃଷ୍ଣ ଗୋବିନ୍ଦ ଦାଶ,ପୁରୀ ପ୍ରଭୁ ଶ୍ରୀକୃଷ୍ଣ ,ରାମଚନ୍ଦ୍ରଙ୍କ ସଂପର୍କରେ ପାରାୟଣ ପ୍ରଦାନ କରିଥିଲେ।ଏହି ନାମଯଜ୍ଞ ରେମେଣ୍ଡା,ଲହଣ୍ଡା, ବଡତୁରାଙ୍ଗ ଓ କବରାପାଲିର ସଂକିର୍ତ୍ତନ ଦଳ ସହ ସ୍ଥାନୀୟ ଅଧିବାସୀ ନାମ ଯଜ୍ଞ ରେ ଭାଗ ନେଇ ହରିନାମ ଉଚ୍ଚାରଣରେ ଅଂଶ ଗ୍ରହଣ କରିଥିଲେ।
ପଡିଆବାହାଲରେ ଅଷ୍ଟପ୍ରହରୀ ନାମଯଜ୍ଞ,ଶାସ୍ତ୍ରୀ ମହାରାଜଙ୍କ ପାରାୟଣ
