Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିର୍ଦ୍ଵନ୍ଦରେ ନିର୍ବାଚିତ ହେଲେ ମୀନା ମହାନନ୍ଦ

ଧର୍ମଗଡ଼: ଗୋଲାମୁଣ୍ଡା ବ୍ଳକ କୁହୁରା ପଞ୍ଚାୟତ ସମିତି ସଭ୍ୟା ପଦବୀ ପାଇଁ ହୋଇଥିବା ଉପନିର୍ବାଚନରେ ମୀନା ମହାନନ୍ଦ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି। ଶ୍ରୀମତୀ ମୀନା ମହାନନ୍ଦ ହେଉଛନ୍ତି ବର୍ତ୍ତମାନର ବ୍ଳକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ପତ୍ନୀ। କୁହୁରା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ମାଧୁରୀ ସୁନାନୀଙ୍କ ମୃତ୍ୟୁ ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତ୍ରିସ୍ତରୀୟ ନିର୍ବାଚନର ବର୍ଷକ ପରେ ମଧ୍ୟ ନିଜ ପତ୍ନୀଙ୍କୁ ନିର୍ଦ୍ଵନ୍ଦରେ ନିର୍ବାଚିତ କରିବା ବିନ୍ଦୁ ମହାନନ୍ଦଙ୍କ ଲୋକପ୍ରିୟତାର ଏକ ପ୍ରମାଣ ବୋଲି ତାଙ୍କ ସମର୍ଥକମାନେ ଦାବି କରନ୍ତି। ଉପନିର୍ବାଚନ ଘୋଷଣା ହେବା ପରେ ମୀନା ମହାନନ୍ଦ କୁହୁରା ପଞ୍ଚାୟତରେ ଉପନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା ଜାଣି ବିରୋଧୀ ଗୋଷ୍ଠୀ ଘନ ଘନ ବୈଠକ ପରେ ସସ୍ମିତାକୁ ପ୍ରାର୍ଥୀ କରାଇଥିଲେ। ତେବେ ବିରୋଧୀଙ୍କ ଚକ୍ରବ୍ୟୁହକୁ ଭେଦ କରି ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିଲେ। ରାଜନୀତିରେ ପାଦ ଥାପି ମାତ୍ର ବର୍ଷେ ହୋଇଥିବାବେଳେ ବିନ୍ଦୁ ଜଣେ ଅଭିଜ୍ଞ ରାଜନେତା ଭଳି ବିରୋଧୀଙ୍କୁ ମନାଇବାରେ ସଫଳ ହୋଇଛନ୍ତି। ଏଥିପୂର୍ବରୁ ଶ୍ରୀମତୀ ମହାନନ୍ଦ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମାନଝରୀ ପଞ୍ଚାୟତରୁ ପ୍ରତିଦ୍ବନ୍ଦିତା କରି ୧୮୦୦ ଭୋଟ ପାଇ ମାତ୍ର ୮୦ ଭୋଟରେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ତୁଳେଶ୍ଵର ନାଏକଙ୍କ ଠାରୁ ପରାଜିତ ହୋଇଥିଲେ । ଆଗାମୀ ଦିନରେ ନିଜ ସ୍ଵାମୀଙ୍କ ପଦାନୁସରଣ କରି ଜନସେବାକୁ ଅଗ୍ରାଧିକାର ଦେବେ ବୋଲି ଶ୍ରୀମତୀ ମହାନନ୍ଦ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ