ସମ୍ବଲପୁର:କେନାଲକୁ ଗାଧୋଇବାକୁ ପାଣିରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଘଟଣା ଘଟିଛି ବଡସିଂଘାରି କେନାଲରେ। ଆଜି ଅପରାହ୍ନରେ ସିଣ୍ଢୋଲ ଗ୍ରାମ ନିବାସୀ ପୃଥିରାଜ ବେହେରା ନାମକ ଜଣେ ଯୁବକ ବଡସିଂହାରି କେନାଲରେ ଗାଧୋଉଥିଲେ। ଏହି ସମୟରେ ସେ ହଠାତ୍ ବୁଡିଯାଇଥିଲେ। ଶେଷରେ ତାଙ୍କୁ ଉଦ୍ଧାର କରିବା ବେଳକୁ ତାଙ୍କ ପ୍ରାଣବାୟୁ ଆଉ ନଥିବା ସୂଚନା ମିଳିଛି।
କେନାଲରେ ଗାଧୋଇବାକୁ ଯାଇ ପାଣିରେ ବୁଡି ମୃତ୍ୟୁ
