Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅକ୍ଷୟ ତୃତୀୟା ଦିନକୁ କୃଷକ ଓ ଅଘରୀଆ ଦିବସ ଭାବେ ପାଳନ ପାଇଁ ନିଷ୍ପତ୍ତି

ଜମନକିରା: ଜମନକିରା ବ୍ଲକ ଭୋଜପୁର ଠାରେ ଚଳିତ ମାସ ୨୩ ତାରିଖରେ ଅନୁଷ୍ଠିତ ଅକ୍ଷୟ ତୃତୀୟ ଦିନ କୁ କୃଷକ ତଥା ଅଘରୀଆ ଦିବସ ଭାବରେ ପାଳନ କରାଯିବା ନେଇ ନିଷ୍ପତି ନିଆଯାଇଛି। ଏଥିରେ ମିଳିତ ଭାବେ ଅକ୍ଷିମୁଠି ନେବା ସହ ଅଖିଳ ଭାରତୀୟ ଆଘରିଆ ସମାଜ ବାମଣ୍ଡା ଓ ଲଇଡ଼ା ଆଞ୍ଚଳିକ କମିଟିର ପ୍ରତ୍ୟେକ ଗୁଡ଼ିର କର୍ମକର୍ତ୍ତା ଅଂଶ ଗ୍ରହଣ କରିବେ ବୋଲି ସମାଜର ସାଂଗଠାନିକ ସମ୍ପାଦକ ସୁବାସ ଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି।ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁଁ ଭୋଜପୁର ଗୁଡ଼ିର ସଭାପତି ଗୋପାଳଚନ୍ଦ୍ର ପଟେଲଙ୍କ ସଭାପତିତ୍ବରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ନିଷ୍ପତି ନିଆଯାଇଛି। ଏଥିରେ ଉପ-ସଭାପତି ସତ୍ୟନାରାୟଣ ପଟେଲ, ସମ୍ପାଦକ ଅମରେଶ ଚନ୍ଦ୍ର ନାୟକ,ସହ ସମ୍ପାଦକ ଦିଲ୍ଲୀପ କୁମାର ନାୟକ, କୋଷାଧ୍ୟକ୍ଷ ଲକ୍ଷ୍ମଣ ନାୟକ, ରମେଶ ପଟେଲ,ବିନୋଦ ପଟେଲ,ପ୍ରଶାନ୍ତ ନାୟକ, ସୁରେଶ ପଟେଲ, ଭୂପେସ ପଟେଲ,ବିରଞ୍ଚି ପଟେଲ, ପ୍ରବୀଣ ପଟେଲ,ମନୋଜ ପଟେଲ, ଅଶ୍ଵିନୀ ନାୟକ, ଧୀରେନ୍ଦ୍ର ନାୟକ ପ୍ରମୁଖ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ