Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜ୍ୱାଇଁର ଛୁରା ମାଡରେ ଶଶୁର ମୃତ୍ୟୁ…ନାରାୟଣପାଟଣା ପୋଲିସ ର ଛାନଭିନ

ଲକ୍ଷ୍ମୀପୁର ୨୯/୦୩
ଶଶୁର ଘରେ ଜ୍ବାଇଁ ର ଉନ୍ମତ୍ତ କାଣ୍ଡ।ଛୁରୀ ଭୁଷି ଶଶୁରଙ୍କୁ ହତ୍ୟା କଲା ଜ୍ବାଇଁ।ଏଇଭଳି ଏକ ଘଟଣା କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ରେ ଦେଖିବାକୁ ମିଳିଛି।ଏହି ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।ପନ୍ଦର ଦିନ ତଳେ ତଳ ଗୁମାଣ୍ଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ସିଙ୍ଗୁରୂ ତାଡିଙ୍ଗି ହତ୍ୟା ଘଟଣାର ପର୍ଦ୍ଧାଫାଶ ହୋଇ ନଥିବା ବେଳେ ଆଜିର ଏଇ ହତ୍ୟା ଘଟଣା ପୋଲିସର ମୁଣ୍ଡ ବଥା ବଢାଇ ଦେଇଛି।ଖବର ନେବାରେ ଜଣା ପଡିଛିକି ଖବର ନେବାରେ ଜଣା ପଡିଛିକି ନାରାୟଣପାଟଣା ବ୍ଲକ୍ ପୋଡପଦର୍ ପଞ୍ଚାୟତ ଅନ୍ତର୍ଗତ ବାସନା ପୁଟ ଗ୍ରାମର ରାମ ହୁଲୁକା ଗୁରୁବାର ସଂଧ୍ୟାରେ ନିଜର ଏକ ଗର୍ଭବତୀ ଝିଅର ପ୍ରସବ ବେଦନା ହେବାରୁ ନାରାୟଣପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇ ଥିଲେ।ହେଲେ ପ୍ରସବ ପାଇଁ ଆଉ ଦୁଇ ଦିନ ସମୟ ଥିବାରୁ ଚିକିତ୍ସା କରୁଥିବା ଡ଼ାକ୍ତର ମା ଗୃହରେ ଭର୍ତି କରିବାକୁ ପରାମର୍ଶ ଦେଇଥିଲେ।ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ଝିଅକୁ ଜ୍ବାଇଁଙ୍କ ଘର ପାଖରେ ଥିବା ମା ଗୃହରେ ଭର୍ତି କରାଇ ରାମ ନିଜ ଗ୍ରାମକୁ ଚାଲି ଯାଇଥିଲେ।ଖବର ପାଇ ଜ୍ବାଇଁ ସାତୁ ପ୍ରାଷ୍କା ମା ଗୃହକୁ ଜାଇ ସ୍ତ୍ରୀକୁ ଭେଟି ମୁଁ ତ ଏଠି ରହୁଛି ହେଲେ ମତେ ନ ଜଣାଇ ତୋ ବାପା କଣ ପାଇଁ ଏଠିକି ଆଣିଲା ବୋଲି କହି ସାତୁ ବାସନା ପୁଟ ଯାଇଥିଲା।ଘର ଆଗରେ ରାମଚନ୍ଦ୍ର ବସିଥିବା ବେଳେ ସାତୁ ଏକ ଛୁରୀ ସାହାଯ୍ୟରେ ଆକ୍ରମଣ କରିଥିଲା।ଘଟଣା ସ୍ଥଳରେ ହିଁ ରାମଙ୍କର ମୃତ୍ୟୁ ହୋଇଥିଲା।ଏନେଇ ନାରାୟଣପାଟଣା ଥାନାରେ ଏକ ମାମଲା ରୁଜୁ କରି ପୋଲିସ ଶବ ବ୍ୟବ ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।ଅପର ପଟେ ସାତୁକୁ ମଧ୍ୟ ଗିରଫ କରାଯାଇଥିବା ପୋଲିସ କହିଥିବା ବେଳେ ବାସନା ପୁଟ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ