Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିଏଚଡି ୩ କର୍ମଚାରୀଙ୍କୁ ନିଳମ୍ବିତ ନେଇ ଉଠିଲା ପ୍ରଶ୍ନ,ହୀରାକୁଦ ମୃତ୍ୟୁର ଅସଲ କାରଣ କ’ଣ ?

ସମ୍ବଲପୁର(ହୀରାକୁଦ):ଝାଡ଼ା, ବାନ୍ତି ରୋଗରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ହୁଅନ୍ତୁ କି ଜଣ୍ଡିସ ରେ ମୃତ୍ୟୁର କାରଣ ହେଉ ଅସଲରେ ଜନସ୍ୱାସ୍ଥ୍ୟ ବିଭାଗ(ପିଏଚଡି)ର ୩ କର୍ମଚାରୀଙ୍କୁ ନିଳମ୍ବିତ କାରଣ ନେଇ ଉଠିଛି ବଡ ପ୍ରଶ୍ନ।ହୀରାକୁଦରେ ୩ ଶହରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଓ ୩ ଜଣ ମୃତ୍ୟୁକୁ ନେଇ ଆରମ୍ଭ ହୋଇଥିବା ସମୁଦ୍ର ମନ୍ଥନରେ କାହିଁକି ବଳି ପଡିଲେ ଜନସ୍ୱାସ୍ଥ୍ୟ ବିଭାଗର ୩ ତଳିଆ କର୍ମଚାରୀ?ଏଥି ପାଇଁ ଅସଲରେ ଦାୟୀ କିଏ ? ଏ କ୍ଷେତ୍ରରେ ୫ଟି ଭଳି ବାହୁବଳି ବିଭାଗର କାମ କ’ଣ ?ଏଭଳି ପ୍ରଶ୍ନ ଆଜି ସମାଜର ସବୁ ବର୍ଗରେ ପ୍ରଶ୍ନ କରାଯାଉଥିବା ସମୟରେ ଜିଲ୍ଲା ପ୍ରଶାସନ ଡାଇରିଆ ରୋଗରେ ଆକ୍ରାନ୍ତଙ୍କ ମୃତ୍ୟୁ ହଇଜା ଜନିତ ନୁହେଁ ଓ ଏହାର କାରଣ ଭିନ୍ନ ଭାବେ ଦର୍ଶାଇ ନିଜ ଦୋଷ ଦୂର୍ବଳତାକୁ ଲୁଚାଇବାକୁ ବସିଛି ବୋଲି ଆପତ୍ତି ଉଠିଛି।ଯଦି ଏହା ସତ୍ୟ ତାହା ହେଲେ ଜନସ୍ୱାସ୍ଥ୍ୟ ବିଭାଗରର ୩ ତଳିଆ କର୍ମଚାରୀଙ୍କୁ କେଉଁ କାରଣ ଦର୍ଶାଇ ନିଲମ୍ବିତ କରାଯାଇଛି ବୋଲି ପ୍ରଶାସନିକ ଅସମ୍ମନ୍ୱୟତାର ବଡ ନିଦର୍ଶନ ନେଇ ପ୍ରଶ୍ନ ହେବା ସ୍ୱାଭାବିକ୍।ହୀରାକୁଦରେ ଡାଇରିଆ ନେଇ ବହୁ ଗଣମାଧ୍ୟମରେ ଶିରୋନାମା ପାଲଟି ଥିବା ବେଳେ ବହୁ ବିଳମ୍ଭରେ ଜନସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟାନୁଷ୍ଟାନ ସାଙ୍ଗକୁ ଜିଲ୍ଲା ପ୍ରଶାସନର ବିଳମ୍ଭିତ ଖଣ୍ଡନ ଝାଡା ବାନ୍ତି ବ୍ୟାପିବା ଘଟଣାକୁ ଲୁଚାଇବାର ପ୍ରୟାସ ନାଁ ଅସଲ କଥା କହିଲେ ପାରିବା ପଣିଆ ଉପରେ ଦକ୍ଷତାର ପ୍ରଶ୍ନ ଚିହ୍ନ ଲାଗିବାର ଭୟ ରହିଛି। ଗୋଟିଏ ପକ୍ଷରେ କାର୍ଯ୍ୟରେ ଅବହେଲା ଅଭିଯୋଗରେ ଜନସ୍ୱାସ୍ଥ୍ୟ ବିଭାଗର ବେଣୁଧର ବିଶ୍ୱାଲ,ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ହରେକୃଷ୍ଣ ପ୍ରଧାନଙ୍କୁ ନିଳମ୍ବିତ କରାଯାଇଛି।କିନ୍ତୁ ଯନ୍ତ୍ରୀ କିମ୍ବା ଅଧିକାରୀ ଉପରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଇ ନାହିଁ। ସେପଟେ ଝାଡାବାନ୍ତି ବ୍ୟାପିବା ସମୟରେ କାଲୁପଡାର ଦିଲେଶ୍ୱର ନାଏକ(୪୩),ଭେଜରାପାଲିର ଯୁଧିଷ୍ଟିର ଧରୁଆ(୩୭)ଓ ହୀରାକୁଦର ଯମୁନା ବେହେରା(୭୦)ଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ତେବେ ଏହି ୩ ମୃ୍ତ୍ୟୁକୁ ପ୍ରଶାସନ ପକ୍ଷରୁ ଖଣ୍ଡନ କରାଯାଇ ଡାକ୍ତରୀ ଅନୁସନ୍ଧାନ ପରେ କାହାର ଝାଡାବାନ୍ତିରେ ମୃତ୍ୟୁ ହୋଇନଥିବା ସଫେଇ ଦେଇଥିବା ବେଳେ ହୀରାକୁଦ ଅଞ୍ଚଳରେ ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ ବ୍ୟାପିଥିବା ଦର୍ଶାଇ ୩ ଜଣଙ୍କ ମୃତ୍ୟର କାରଣ ଭିନ୍ନ ବୋଲି ଦର୍ଶାଇଛି।ତେବେ ଏଭଳି ସ୍ୱର୍ଶକାତର ସମୟରେ ଯଦି ମୃତ୍ୟୁ ହେଲା ସେମାନଙ୍କ ଶବ ବ୍ୟବଚ୍ଛେଦ ହୋଇଥିଲାକି ? ଯଦି ହୋଇଛି ଏହାର ରିପୋର୍ଟରେ କ’ଣ ଆସିଛିକି ? ଯଦି ହୋଇନି କାହିଁକି ହୋଇନି ?ତାହାବି ଜନସାଧାରଣ ଜାଣିବା ଉଚିତ୍। ସରକାର ନିଜ ଦୋଷ ଦୂର୍ବଳତାକୁ ଲୁଚାଇ ଡାଇରିଆ ଭଳି ମାରାତ୍ମକ ସଂକ୍ରମଣକୁ ଏଡାଇ ଦେବା ଠିକ ହେବ ନାହିଁ ।ଆଉ ଯଦି ପ୍ରକୃତରେ ହୀରାକୁଦରେ ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ ବ୍ୟାପିଥିଲା ତେବେ ଜିଲ୍ଲା ବିଜେଡି ସଭାପତିଙ୍କ ପରିବାର ଓ ଦଳିୟ କର୍ମୀ ମାନେ ଓଆରଏସ ବାଣ୍ଟିବାର କ’ଣ ଯଥାର୍ଥ ରହିଥିଲା ? ଏଭଳି ଚିତ୍ରବି ସାମ୍ନକୁ ଆସିଥିବା ବେଳେ ହସପିଟାଲ ଭିତରେ କାହାର ଅନୁମତି ନେଇ ଗୋଟିଏ ନିର୍ଦ୍ଦିଷ୍ଟ ଦଳର ନେତା ଓ କର୍ମୀଙ୍କୁ ଏଭଳି ସେବାରେ ନିୟୋଜିତ କରାଯାଇଥିଲା ? ପ୍ରଶାସନ ଏହାରବି ସ୍ୱଷ୍ଟିକରଣ ଦେବା ଉଚିତ ହେବ। ବାସ୍ତବରେ ଯଦି ୫ ଟିର ପ୍ରକୃତ କିଛି ଦାୟିତ୍ୱ ଓ ଦକ୍ଷତା ପ୍ରଦର୍ଶନ କରି ରାଜ୍ୟକୁ ସ୍ପଷ୍ଟ ବାର୍ତ୍ତା ଦେବାକୁ ଅଛି ତେବେ ଏଭଳି ଖବରର ପୁଙ୍ଖାନୁପୁଙ୍ଖ ସରଜମିନ ତଦନ୍ତ କରି ସ୍ପଷ୍ଟ ନିୟମ ପ୍ରଣୟନ କରିବା ସହିତ ଆଗକୁ କିଭଳି ଏହାର ପ୍ରତିକାର ବ୍ୟବସ୍ଥା ହୋଇପାରିବ ତାହାହିଁ ୫ଟିର ମୂଳ ଆଧାର ବୋଲି ସରକାର ଏହାକୁ ଗ୍ରହଣ କରିବାକୁ ହେବ।ଏଭଳି ଜନମତକୁ ଚାପି ଦେବାବି ଠିକ ହେବ ନାହିଁ । ୫ଟିକୁ ନେଇ ସମଗ୍ର ଭାରତ ବର୍ଷରେ ଓଡିଶାର ମାନ ବୃଦ୍ଧି ହେଉଥିବା ନେଇ ଚର୍ଚା ହେଉଥିବା ବେଳେ ଓଡିଶାରେ ଏହାର ବିପରୀତ ପ୍ରଭାବ ପଡିବା ଠିକ ହେଉନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ