Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟପାଳ ପୁରସ୍କୃତ ଶିକ୍ଷକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଜମନକିରା,୧୩/୪: ଜମନକିରା ବ୍ଲକ ଟିକିଲିପଡ଼ା ପଞ୍ଚାୟତ ବର୍ହାମୁଣ୍ଡି ପ୍ରାଥମିକ ବିଦ୍ୟାଳୟରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଲକ୍ଷ୍ୟପତି ନନ୍ଦଙ୍କୁ ବ୍ଲକ ଶିକ୍ଷକ ସଂଘ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏଥିସହ ବିଦାୟୀ ଶିକ୍ଷକ ଭୁବନେଶ୍ୱର ଦ୍ବିବେଦୀଙ୍କୁ ଅବସର କାଲିନ ସମ୍ମର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ରାଜ୍ୟ ସଂଘର ଉପଦେଷ୍ଟା ତଥା ପୂର୍ବତନ ଜିଲ୍ଲା ସଭାପତି ଦିଲୀପ ବହିଦାର, ଶିକ୍ଷକ ନେତା ଇଶ୍ୱରଚନ୍ଦ୍ର ମହାକୁଲ, ବିନୋଦ ବିହାରୀ ଅର୍କ, ସୁଶିଲ କୁମାର ସାହୁ, ରାମଚନ୍ଦ୍ର ସିଂ, ପ୍ରଫୁଲ୍ଲ କୁମାର ବିଶ୍ବାଳ, କମଳା ବାଘଙ୍କୁ ଉପଢୌକନ ଓ ପୁଷଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାରେ ସିଆସିସି ଅଜିତ ତିର୍କୀ ଅଧ୍ୟକ୍ଷତା କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତୁଲାରାମ ନାୟକ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷିନି ପଟେଲ, ସୁଲେଖା ସାହୁ, ଯୋଗେଶ୍ୱରୀ କୁଅଁର, ମଞ୍ଜରୀ ରାଉତ, ପ୍ରେମିକା ଏକ୍କା, ବିଳାସିନୀ କିଷାନ, କବିତା ସାହୁ, ଯାଜ୍ଞସିନି ପଧାନ, ସୁଭାଙ୍ଗିନି ସାହୁ, ଅଞ୍ଜଳୀ ମିଶ୍ର, ଚାରୁଲତା ଦ୍ବିବେଦୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ରଞ୍ଜନ କୁମାର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ