Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେ ନିର୍ବାଚନ ମଣ୍ଡଳି ସ୍ତରୀୟ କଂଗ୍ରେସ

ଲକ୍ଷ୍ମୀପୁର ରେ ନିର୍ବାଚନ ମଣ୍ଡଳି ସ୍ତରୀୟ କଂଗ୍ରେସ ସମାବେଶ ଲକ୍ଷ୍ମୀପୁର ୦୧/୦୪…ଲକ୍ଷ୍ମୀପୁର ବ୍ଳକ ସଦର ମହକୁମା ର କଲ୍ୟାଣ ମଣ୍ଡପ ଠାରେ  କଂଗ୍ରେସ ର ନିର୍ବାଚନ ମଣ୍ଡଳି ସ୍ତରୀୟ ସମାବେଶ ଅନୁଷ୍ଠିତ ହୋଇଯାଇଛି। ବ୍ଳକ ସଭାପତି କୈଳାଶ ଖୋସଲା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସମାବେଶ ରେ ନାରାୟପାଟଣା, ବନ୍ଧୁଗାଁ, ଦଶମନ୍ତପୁର ର ବ୍ଳକ ସଭାପତି ଙ୍କ ସମେତ ୪ଟି ବ୍ଳକ ର ୫ଜଣ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା, ୫୧ଟି ଗ୍ରାମ ପଞ୍ଚାୟତ ର ସଭାପତି ଓ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇଥିଲେ।ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି ର କଂଗ୍ରେସ ପ୍ରାର୍ଥୀ ଵିଧିବଧ ଭାବେ ଘୋଷଣା ହୋଇନଥିଲେ ସୁଧା ଅପାତତଃ ଯୁବ ଇଞ୍ଜିନିଅର ପବିତ୍ର ସାଉଁତା କଂଗ୍ରେସ ର ଟିକେଟ ପାଇବା ଏକ ପ୍ରକାର ନିଶ୍ଚିତ ହୋଇଥିବାରୁ କଂଗ୍ରେସ ମହଲ ରେ ଉତ୍ସାହ ସୃଷ୍ଟି ହେବାସହ ଏହି ସମାବେଶ ଆୟୋଜନ କରାଯାଇଥିଲା ।କଂଗ୍ରେସ ରୁ ପୂର୍ବତନ ବିଧାୟକ ଦଳ ଛାଡ଼ିବା ପରେ ପାଖାପାଖି ୪ବର୍ଷ ହେବ ଦଳ ର ମଙ୍ଗ ଧରିଥିବା ପବିତ୍ର ସାଉଁତା ଚଳିତ ନିର୍ବାଚନ ରେ ପ୍ରାର୍ଥୀ ହେବାକୁ ଯାଉଥିବାରୁ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦିଆଯିବା ସହ ତୃଣମୂଳ ସ୍ତରରୁ ସବୁ ପ୍ରକାର ଚେଷ୍ଟା କରି ବିଜୟୀ କରିବା ସକାଶେ ସମସ୍ତ ସଭାପତି ମାନେ ଉପସ୍ଥିତ କର୍ମୀ ମାନଙ୍କୁ କହିଥିଲେ।ଏହି ଅବସର ରେ କଂଗ୍ରେସ ର ୯ଗୋଟି ଗ୍ୟାରେଣ୍ଟି ର ଇସ୍ତାହାର ପତ୍ର ଉନ୍ମଚନ କରାଯାଇଥିଲା।ଚଳିତ ନିର୍ବାଚନ ରେ  ଲକ୍ଷ୍ମୀପୁର ରେ କଂଗ୍ରେସ ର ନିଶ୍ଚୟ ବିଜୟ ବୋଲି ଦୃଢ଼କ୍ତି ବାଢିଛନ୍ତି କଂଗ୍ରେସ ର ବ୍ଳକ ସଭାପତି କୈଳାଶ ଖୋସଲା।ଟିକେଟ ବଣ୍ଟନରେ କୋରାପୁଟ ଲୋକସଭା ଅଧିନସ୍ଥ ୭ଟି ନିର୍ବାଚନ ମଣ୍ଡଳି ରେ ସାଂସଦ ସପ୍ତଗିରି ଉଲାକା ଓ ଜୟପୁର ବିଧାୟକ ତାରା ବାହିନୀପତି ଙ୍କ ଉପରେ ଦାୟିତ୍ୱ ରହିଥିବା ବେଳେ ସମସ୍ତ ଆଶାୟୀ ଙ୍କ ଛାତି ଏବେ ଧଡ଼ ଧଡ଼ ସ୍ଥିତିରେ ରହିଛି…. ସବୁବେଳେ ଚର୍ଚ୍ଚା ରେ ରହି ଆସିଥିବା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି ଚଳିତ ନିର୍ବାଚନ ରେ ମଧ୍ୟ ଚର୍ଚ୍ଚା ର ପରିଧି ମଧ୍ୟରେ ରହିଛି, କୌଣସି ହେଲେ ଦଳ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନଥିବା ବେଳେ ଦଳ ରେ ଏକାଧିକ ପ୍ରାର୍ଥୀ ମୁଣ୍ଡ ବ୍ୟଥା ର କାରଣ ପାଲଟିଛି…ସମାବେଶ ରେ ଜିଲ୍ଲା ପରିଷଦ ସଭ୍ୟ ହିଙ୍ଗୁ ସାଉଁତା, ପିଙ୍କି ହିମିରିକା,ଲଳିତା ଯାନୀ, ଧନପତି ସାଉଁତା, ରାମ୍ବ ସିରିକା,ଯୁବ କଂଗ୍ରେସ ର ନିର୍ଵାଚନ ମଣ୍ଡଳି ସଭାପତି ମଣ୍ଟି ଖରା,ବ୍ଳକ ସଭାପତି ବେଣୁ ପାତ୍ର, ବିଭୀଷଣ ମହାନନ୍ଦିଆ, ଡି. ଏଙ୍କେଟି, କୃଷକ ସେଲ ସଭାପତି ରତିକାନ୍ତ ନାୟକ, ବ୍ଳକ ଉପସଭାପତି ଜିତେନ୍ଦ୍ର ବିଶୋଇ, ଅଭିମନ୍ୟୁ ସାହୁ, ମୋହନ ପାତ୍ର ହିଆଲ, ଶ୍ରୀନିବାସ ପଟନାୟକ ଙ୍କ ସମେତ ଅନେକ କର୍ମୀ ଉପସ୍ତିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ