Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୈଳାଶ ଙ୍କୁ ବିଜେଡ଼ି ଟିକେଟ ପାଇଁ ବିଭିନ୍ନ ମହଲରେ ଦାବୀ…

ଲକ୍ଷ୍ମୀପୁର ୦୧/୦୪..ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି ର ବିଜେଡ଼ି ଦଳ ରେ ଅନେକ ଆଶାୟୀ ପ୍ରାର୍ଥୀ ରହିଥିବା ବେଳେ ଗତକାଲି ପ୍ରଭୁଜାନି ଙ୍କୁ ଟିକେଟ ଦିଆଯାଉ ବୋଲି କିଛି କର୍ମୀ ସୋସିଆଲ ମିଡ଼ିଆ ରେ ଭିଡିଓ ଉତୋଳନ କରି ଛାଡ଼ିବା ପରେ ଆଜି ଲକ୍ଷ୍ମୀପୁର ବନ୍ଧୁଗାଁ ନାରାୟଣପାଟଣା ଅଞ୍ଚଳ ରେ ଅନେକ ବିଜେଡି କର୍ମୀ କୈଳାଶ କୁଲେଶିକା ଙ୍କୁ ଟିକେଟ ପ୍ରଦାନ କରାଯାଉ ବୋଲି କହିଛନ୍ତି। ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେଶିକା ଙ୍କ ଗୋଷ୍ଟି  ଗ୍ରୁପ୍ ଗ୍ରୁପ୍ ହୋଇ ଭିଡ଼ିଓ କରି ସୋସିଆଲ ମିଡିଆରେ ଛାଡୁଛନ୍ତି।କୈଳାସ ଚନ୍ଦ୍ର କୁଲେଶିକା ଙ୍କୁ ଟିକେଟ ନଦେଲେ ଦଳ ଛାଡ଼ିବୁ ବୋଲି ମଧ୍ୟ ପରୋକ୍ଷ ରେ ଫୁସୁରୁ ଫାସୁରୁ ହେଉଥିବା ବେଳେ କେହି କେହି ଦଳ ଛାଡ଼ିବୁ ବୋଲି ରୋକଠୋକ କହି ଛନ୍ତି। ଏପରିକି ଲୋକସଭା ପ୍ରାର୍ଥୀନୀ ଭାବେ କୌଶଲ୍ୟା ହିକକା ଙ୍କୁ ଟିକେଟ ପ୍ରଦାନ କରାଯାଇଥିବା କାରଣ ରୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ସମେତ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ, ଓ ସଙ୍ଘଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି, ଆଗାମୀ ଦିନେ  ଦିଦିନ ଭିତରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି ର ବିଧାୟକ ପ୍ରାର୍ଥୀ ଭାବେ କୈଳାଶ କୁଲେଶିକା ଙ୍କୁ  ଟିକେଟ ନିଶ୍ଚୟ ଦେବେ ବୋଲି  କର୍ମୀ ମାନେ ଆଶା ରଖିଥିବା ପ୍ରକାଶ କରିଛନ୍ତି…ବିଜେଡି ର ପରମା ଖରା, ଲକ୍ଷ୍ମୀ ବାରିକ ଦେବ ଖରା, ସାନୁ ନନ୍ଦ ଙ୍କ ସମେତ ଅନେକ କର୍ମୀ ଉପସ୍ଥିତ ରହି କୈଳାଶ ଙ୍କ ସପକ୍ଷ ରେ ନିବେଦନ କରିଥିଲେ….

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ