Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାଙ୍ଗାନା ଉଚ୍ଚ ବିଦ୍ୟାଳୟ ରେ ଉତ୍କଳ ଦିବସ ପାଳନ

ଲକ୍ଷ୍ମୀପୁର ୦୧/୦୪ ..ଲକ୍ଷ୍ମୀପୁର ସାଙ୍ଗାନା ଉଚ୍ଚ ବିଦ୍ୟାଳୟ ରେ ଉତ୍କଳ ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି। ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ଙ୍କ ସଭା ପତିତ୍ଵ ରେ ମୁଖ୍ୟ ଅତିଥି ଲକ୍ଷ୍ମୀପୁର ସାହିତ୍ୟ ପରିଷଦ ସଭାପତି ଡ ମହାଦେବ ଶତପଥୀ, ମୁଖ୍ୟ ବକ୍ତା ଅବସର ପ୍ରାପ୍ତ ହିନ୍ଦୀ ଶିକ୍ଷକ ଫକିର ମୋହନ ସାହୁ, ସମ୍ମାନିତ ଅତିଥି ଭାବେ ମାଧବ କର୍କରା, ଇନ୍ଦ୍ରଜିତ ସାହୁ, ଜୟକୃଷ୍ଣ ସାହୁ, ବଳଦେବ ଖରା ପ୍ରମୁଖ ଯୋଗ ଦେଇ ଉତ୍କଳ ଦିବସ ପାଳନ ର ତାତ୍ପର୍ଯ୍ୟ ବଖାଣି ଥିଲେ। ଅତିଥି ବୃନ୍ଦ ପ୍ରଥମେ ଶ୍ରୀ ଜଗନ୍ନାଥଙ୍କ ପୂଜାର୍ଚ୍ଚନା ପରେ ଉତ୍କଳ ପ୍ରଦେଶ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଉତ୍କଳ ଗୌରବ ମଧୁ ବାବୁ, ଉତ୍କଳ ମଣି ଗୋପବନ୍ଧୁ ଦାସ, ବ୍ୟାସ କବି ଫକିର ମୋହନ ସେନାପତି, ମହାରାଜ କୃଷ୍ଣ ଚନ୍ଦ୍ର ଗଜପତି, ଶ୍ରୀରାମ ଚନ୍ଦ୍ର ଭଞ୍ଜ, ଶୋଭାବ କବି ଗଙ୍ଗାଧର ମେହେର ଓ ଅନ୍ୟ ମହାପୁରୁଷ ମାନଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ସେମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଶିକ୍ଷକ ସପନ କୁମାର ଦିକ୍ଷୀତ ଓ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସମବେତ ଉତ୍କଳ ଜନନୀ ଗାନ କରାଯାଇଥିଲା।ଛାତ୍ରୀ ମାନଙ୍କ ଦ୍ୱାରା ମୋ ଓଡ଼ିଶା ଗାନ କରା ଯାଇଥିବା ବେଳେ ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ପ୍ରତ୍ୟେକ ଗୁରୁତ୍ଵ ଦେବାକୁ ସଂକଳ୍ପ ନେଇଥିଲେ।ଶେଷରେ ଶିକ୍ଷକ ସୁକାନ୍ତ କୁମାର ଯାଦବ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟ କ୍ରମରେ ଶିକ୍ଷକ ସୁଜିତ୍ କୁମାର ସାମଲ,ଶଙ୍କର ଗୁଡୁମ୍ବକା, ଆଶୀର୍ବାଦ ନାୟକ,ସୁନିତା ସାହୁକାର, ଜେଶ୍ନା ପଣ୍ଡା, କସ୍ତୁରୀ ଶବର, ମାଧୁରୀ ଲେଙ୍କା,ରୋଜାଲିନ ସ୍ୱାଇଁ, ମମତା ମହାନ୍ତି ଓ ବିଜୟ ସୁରଜ ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ଶିକ୍ଷକ ସପନ କୁମାର ଦିକ୍ଷୀତ ସଭା ପରିଚାଳନା କରିଥିଲେ ଓ ସଂଯୁକ୍ତା ତୁରୁକ୍, ନୂତନ ଚେଟ୍ଟି, ରଜେଶ୍ଵରି ମହାରଣା, ବୈଜୟନ୍ତୀ ମିନିଆକା ସଭା ପରିଚାଳନା ରେ ସହଜୋଗ କରିଥିଲେ।ସେହିପରି ବିଭିନ୍ନ ସରକାରୀ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ମଧ୍ୟ ଉତ୍କଳ ଦିବସ ପାଳନ ହୋଇଯାଇଛି…

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ