ବୀରମହାରାଜପୁର : ( ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ବଡବର୍ଡାକଟା ଗ୍ରାମରେ ମାଁ ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ନବକଳେବର ମହୋତ୍ସବ ପାଇଁ ସୋମବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସକାଳୁ ସ୍ଥାନୀୟ ବାଇଗଣୀ ଯୋର ବାଙ୍କଡାପାଲ ଘାଟ ନିକଟରେ ଗଙ୍ଗା ମାତାଙ୍କୁ ଆବାହନ କରି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ଶତାଧିକ ମହିଳା ଓ ପୁରୁଷ ଏକ ଆଧ୍ୟାତ୍ମିକ ପରିବେଶରେ ଜଳ ପୂର୍ଣ୍ଣଭରା କଳସ ଧରି ନଗର ପରିକ୍ରମା କରି ପୂଜା ମଣ୍ଡପ ରେ ସ୍ଥାପନ କରିଥିଲେ । ଏଥିରେ ବଡବର୍ଡାକଟା , ରିଜୁମୁଣ୍ଡା , ପୁରସତ୍ତମ ପାଲି ଗ୍ରାମର ଜନସାଧାରଣ ସାମିଲ ହୋଇଥିଲେ । ପୂଜକ ବଳରାମ ପଣ୍ଡା , ଆଶୁତୋଷ ପଣ୍ଡା ଓ ମାହେଶ୍ୱରୀ ଦେବୀଙ୍କ ପୂଜକ ଜଗନ୍ନାଥ ଦେହୁରୀ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ଶିବ ନାରାୟଣ ମିଶ୍ର ଓ ଧର୍ମପତ୍ନୀ ଯୋଶବନ୍ତି ମିଶ୍ର କର୍ତ୍ତା ଦାଇତ୍ୱ ତୁଲାଇଥିଲେ। ସଭାପତି ରତନ ନାଏକ , ଉପ ସଭାପତି ଜଗବନ୍ଧୁ ଦେହେରୀ , ସମ୍ପାଦକ ବାସୁଦେବ ବେହେରା , ସହ ସମ୍ପାଦକ ଭାଗିରଥି ଗାଇଗରିଆ , କୋଷାଧ୍ୟକ୍ଷ ବିନୋଦ ଗାଇଗରିଆ , ଉପଦେଷ୍ଟା ଭାବେ ଅକ୍ଷୟ ମିଶ୍ର , ଅଗସ୍ତି ବେଲଘରିଆ , ହରିହର ଗାଇଗରିଆ , ଦୁର୍ଯୋଧନ ମିଶ୍ର , ଦିଗାମ୍ବର ଭୋଇ , ମଗନ ଦେହେରୀ, ଦେବବ୍ରତ ପୁରୋହିତ, ସୁବ୍ରତ ପୁରୋହିତ , କିରଟି ବେଲ ଘରିଆ ଓ ବୁଦ୍ଧଦେବ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
ବଡ ବରଡାକଟl ଗ୍ରାମରେ ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା
