ବୀରମହାରାଜପୁର ରେ ଓଡିଶା ଦିବସ ପାଳନ ଅବସରରେ ଅତିଥି ଙ୍କ ମତ ହେଲା ବିକାଶ ପାଇଁ ଏକଜୁଟ ହେବା ଜରୁରୀ


ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ମୈତ୍ରୀ ସଦନରେ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଓଡିଶା ଦିବସ ତଥା ସୁବର୍ଣ୍ଣ ପୁର ଜିଲ୍ଲାର 31 ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ବିକାଶ ପାଇଁ ସମସ୍ତେ ଏକଜୁଟ ହେବାର ଆବଶ୍ୟକତା ରହିଛି ବୋଲି ଉପସ୍ଥିତ ଅତିଥି ମାନେ ମତ ପ୍ରକାଶ କରିଛନ୍ତି I ପ୍ରଥମେ ଓଡ଼ିଶାର ବରପୁତ୍ର ମାନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା I ଛାତ୍ରୀ ମାନଙ୍କ ଦ୍ଵାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା l ଆୟୋଜିତ କାର୍ଯ୍ଯକ୍ରମରେ ଡେପୁଟି କଲେକ୍ଟର ଉପେନ୍ଦ୍ର କୁମାର ଦାଶ ଅଧ୍ୟକ୍ଷତା କରିଥିବା ବେଳେ ଉପଖଣ୍ଡ ପୋଲିସ ଅଧିକାରୀ ବାସୁଦେବ ଛତ୍ରୀଆ ମୁଖ୍ୟ ଅତିଥି ଏବଂ ଡ଼. ହିମାଂଶୁ ଶେଖର ପାଢୀ ମୁଖ୍ୟ ବକ୍ତାଭାବେ ଯୋଗଦେଇ ଥିଲେ l ଅନ୍ୟମାନଙ୍କ ମଧ୍ୟରେ ବୀରମହାରାଜପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରିୟ ଦର୍ଶିନୀ ମିର୍ଦ୍ଧା , ଗୋଷ୍ଠି ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ l ସ୍ଵତନ୍ତ୍ର ରାଜ୍ୟ ଗଠନରେ ଯେଉଁ ବରପୁତ୍ର ମାନଙ୍କର ଭୂମିକା ଥିଲା ଅତିଥି ମାନେ ସେମାନଙ୍କର ସ୍ମୃତିଚାରଣ କରିଥିଲେ I ଶିକ୍ଷକ ଲକ୍ଷ୍ମୀ ନାରାୟଣ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲାବେଳେ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରିୟଦର୍ଶୀ ଅଶୋକ ମୋହନ ଜେନା ପରିଚାଳନା କରିଥିଲେ I