Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି ର କଂଗ୍ରେସ ପ୍ରାର୍ଥୀ ହେଲେ ପବିତ୍ର ସାଉଁତା…

ଲକ୍ଷ୍ମୀପୁର ୦୨/୦୪ …କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି ର କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ପବିତ୍ର ସାଉଁତା। ସେ ଜଣେ ଉଚ୍ଚ ଶିକ୍ଷିତ ତଥା ଯୁବ ଇଞ୍ଜିନିୟର ଭାବେ ଅଞ୍ଚଳ ରେ ବେସ ଜଣାଶୁଣା।୨୦୧୯ ନିର୍ବାଚନ ରେ ଏହି ଲକ୍ଷ୍ମୀପୁର ଆସନ ରୁ କଂଗ୍ରେସ ଦଳ ର ପ୍ରାର୍ଥୀ ଭାବେ କୈଳାଶ କୁଲେଶିକା ନିର୍ବାଚନ ରେ ଲଢ଼ି ମାତ୍ର ୨୨୯ ଖଣ୍ଡ ଭୋଟ ରେ ପରାସ୍ତ ହୋଇଥିଲେ,୨୦୨୧ ପଞ୍ଚାୟତ ନିର୍ବାଚନ ପୂର୍ବରୁ କୈଳାଶ କୁଲେଶିକା କଂଗ୍ରେସ ଦଳ ଛାଡି ବିଜେଡ଼ି ରେ ଯୋଗ ଦେଇଥିଲେ, କୈଳାଶ ଦଳ ଛାଡ଼ିବା ପରେ ସ୍ଥାନୀୟ କଂଗ୍ରେସ କର୍ମୀ ଙ୍କ ସହ ପବିତ୍ର ସାଉଁତା କଂଗ୍ରେସ ର ମଙ୍ଗ ଧରି ଆଗକୁ ନେଇଥିଲେ, ତାଙ୍କ ନେତୃତ୍ୱରେ ଗତ ପଞ୍ଚାୟତ ନିର୍ବାଚନ ରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି ର ୪ଟି ବ୍ଲକର ୭ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୫ଟି ଜିଲ୍ଲା ପରିଷଦ ଆସନ କଂଗ୍ରେସ ବିଜୟୀ ହୋଇଥିବା ବେଳେ ଶାସକ ବିଜେଡ଼ି ଦଳ କୁ ମାତ୍ର ୨ଟି ଆସନ ରେ ସନ୍ତୁଷ୍ଟ ହେବାକୁ ପଡିଥିଲା, ୫ଟି ଜିଲ୍ଲାପରିଷଦ ଆସନ ବିଜୟୀ କରାଇବାରେ ମୁଖ୍ୟ ଭୂମିକା ନେଇଥିବା ପବିତ୍ର କୁ ସେହି ସମୟ ଠାରୁ ଦଳ ଆସ୍ତା ପ୍ରକଟ କରି ଥିବା ବେଳେ ବର୍ତ୍ତମାନ ବିଧାୟକ ପ୍ରାର୍ଥୀ ଭାବେ ଟିକେଟ ପ୍ରଦାନ କରିଛି।ଟିକେଟ ପାଇବା ପରେ ଖୁସି ବ୍ୟକ୍ତ ହୋଇ ପବିତ୍ର କହିଛନ୍ତି ଏଥର କଂଗ୍ରେସ ନିଶ୍ଚୟ, ଅଞ୍ଚଳ ର ଲୋକେ ବିଜେଡ଼ି ପ୍ରତି ବିସ୍ତୃଷ୍ନା ହେଲେଣି, ମିଛ ପ୍ରତିଶୃତି କାରଣରୁ ବିଜେଡ଼ି କୁ ଆଉ ଲୋକେ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି ଚର୍ଚ୍ଚା ରେ ରହିଥିବା ଏହି ଆସନ ସକାଶେ ବିଜେପି ଓ ବିଜେଡ଼ି ବର୍ତ୍ତମାନ ସୁଧା ପ୍ରାର୍ଥୀ ଘୋଷଣା କରିନଥିବା ବେଳେ ବିଜେଡ଼ି ରେ ଏକାଧିକ ପ୍ରାର୍ଥୀ ରହିଥିବା କାରଣରୁ ପ୍ରାର୍ଥୀ ଚୟନ ରେ ବିଳମ୍ବ ହେଉଥିବା ଜଣାପଡିଛି, ଅନ୍ୟପକ୍ଷରେ ବିଶେଷ ସୂତ୍ର ରୁ ଜଣାପଡିଛି କି ବିଜେପି ଏହି ଆସନ ରେ ଶେଷ ରେ ପ୍ରାର୍ଥୀ ଘୋଷଣା କରିପାରେ। ବୁଧବାର କିମ୍ବା ଗୁରୁବାର ବିଜେଡ଼ି ପ୍ରାର୍ଥୀ ଘୋଷଣା କରିବାର ସଂକେତ ମିଳିଥିବା ବେଳେ ଭୁବନେଶ୍ୱର ରେ ବିଜେଡ଼ି ର ଆଶାୟୀ ପ୍ରାର୍ଥୀ ମାନେ ଡେରା ବାନ୍ଧିକି ରହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ