Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଲିଛି ତର୍ଜମା: ସମାଜକୁ ନୂଆ ବାର୍ତ୍ତା ଦେଇ ଖୁବ ଶିଘ୍ର ବିଜେଡିର ଦ୍ୱିତୀୟ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,(ରାଜାରାମ ଷଡଙ୍ଗୀ): ନିର୍ବାଚନ ରହିଲା ମାସେ ବାକି।ମୁଣ୍ଡ ଉପରେ ଏବେ ବିଜୟ ଭାରି।ନିର୍ବାଚନ ଯେତେ ପାଖେଇ ଆସୁଛି ନବୀନ ନିବାସରେ ଭିଡ ସେତିକି ଜମୁଛି।ଲବି ବଢ଼ୁଛି।ବିଭିନ୍ନ ଗୋଷ୍ଠୀର ନିଜ ସମର୍ଥିତ ପ୍ରାର୍ଥୀ ପାଇଁ ଚାଲିଛି କସରତ। ତେବେ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ହୋଲିରେ ବିଜେଡି ୭୨ ପ୍ରାର୍ଥୀଙ୍କ ଟିକେଟ୍‌ ଘୋଷଣା କରି ଇନ୍ଦ୍ରଧନୁର ସପ୍ତରଙ୍ଗ ବିକିରଣ କରିଥିବା ବେଳେ କି ଆହୁରି ବାକି ପଡିଛି ୭୫ ଆସନରେ କିଏ ହେବେ ପ୍ରାର୍ଥୀ।ତାର ଚାଲିଛି ତର୍ଜମା।ପ୍ରାର୍ଥୀ ଓ ଆଶାୟୀ ପ୍ରାର୍ଥୀ ମାନଙ୍କ ଦଳବଳ ସହ ଭିଡ ଜମୁଥିବା ଦେକିବାକୁ ମିଳୁଛି ନବୀନ ନିବାସରେ। କିଏ ନବୀନଙ୍କ ଆଶିର୍ବାଦ ନେଉଛନ୍ତି ତ କିଏ ନିଜର ପ୍ରାର୍ଥୀତ୍ୱର ହକ୍ ପାଇଁ ଅଧିଅ ପଡିଛନ୍ତି।
ପ୍ରାର୍ଥୀର ବିଜୟ ନେଇ ଏବେ ବିଜେଡି ଉପରେ ଘାରିଛି ବଡ ଚିନ୍ତା।କାହାକୁ ଟିକେଟ୍‌ ଦିଆଯିବ ଆଉ କାହାର କଟିବ ଏନେଇ ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ନିଜେ ତର୍ଜମା କରୁଛନ୍ତ।ବିଭିନ୍ନ ନିର୍ବାଚନମଣ୍ଡଳୀ ପାଇଁ ଆସିଥିବା ପ୍ରାର୍ଥୀର ଫାଇଲ ଖେଳାଇ ଟିକିନିଖି ତଥ୍ୟର ଅନୁଶୀଳନ କରୁଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ।ସାମାଜିକ ଗଣମାଧ୍ୟମରୁ ମିଳିଥିବା ଏକ ଫଟୋକୁ ନେଇ ଏଭଳି ବିଶ୍ୱାସ କରାଯିବା ସ୍ୱଭାବିକ।ରାଜନୈତିକ ମହଲରେ ମଧ୍ୟ ଏଭଳି ଚର୍ଚା ଯୋର ଧରିଛି।ଏକାଠି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଟେବୁଲ ଉପରେ ଥିବା ଫାଇଲକୁ ତନ୍ନ ତନ୍ନ କରି ବିଶ୍ଲେଷଣ କରି ଯୋଗ୍ୟ ପ୍ରାର୍ଥୀ ଉପରେ ବିଚାର କରୁଥିବା ନେଇ ଏହି ଚିତ୍ର ସ୍ପଷ୍ଟ କରୁଛି। କୁହାଯାଉଛି ପ୍ରାର୍ଥୀ ଘୋଷଣା ହୋଇ ନ ଥିବା ଆସନକୁ ନେଇ ଏହି ତର୍ଜମା ଓ ବିଶ୍ଲେଷଣ କରି ମୈଦାନକୁ ଛାଡିବ ବିଜେଡି ତାର ସୈନିକ।
ନିର୍ବାଚନ ମଣ୍ଡଳୀରେ କେତେ ଆଶାୟୀ ଅଛନ୍ତି,ସମାଜରେ କାହାର କାଟତି ଅଧିକ,ସାଧାରଣ ଜନତା କାହାକୁ ଗ୍ରହଣ କରିବେ ଓ କାହାର ବିଜୟ ସମ୍ଭାବନା ଅଧିକ ଏଭଳି ବିଭିନ୍ନ ଦିଗକୁ ନେଇ ଚାଲିଛି ଆଲୋଚନା ପର୍ଯ୍ୟାଲୋଚନା।ଏକ ଚ୍ୟାଲେଞ୍ଚ ପରିସ୍ଥିତିରେ ପଡିଥିବା ବିଜେଡିକୁ ଘାରିଛି ବିଜୟ ଚିନ୍ତା। ସୁପ୍ରିମୋଙ୍କ ଶେଷ ମୋହର ଭିତରେ ଅଟକି ରହିଛି ଆଶାୟୀଙ୍କ ଭାଗ୍ୟ।ତେବେବି ବିଶେଷ ବିବାଦିୟ ଓ ଆଞ୍ଚଳିକ ସ୍ଥାନୀୟ ପ୍ରାର୍ଥୀ ଉପରେ ଉଠୁଥିବା ଦାବି ଭିତରେ କିଏ ସବୁ ଆବେଦନ କରିଛନ୍ତି ଅବା ସେହି ନିର୍ବାଚନ ମଣ୍ଡଳୀରେ ଦଳୀୟ ଚିନ୍ତାଧାରା ସଂପର୍ଣ୍ଣ ଆଉ କିଏ ଯୋଗ୍ୟ ପ୍ରାର୍ଥୀ ଅଛନ୍ତିକି ତାର ବି ଚାଲିଛି ଅନୁସନ୍ଧାନ ତର୍ଜମା।ତେଣୁ ବିଜେଡି ଅବଶିଷ୍ଟ ପ୍ରାର୍ଥୀ ଘୋଷଣାରେ ସାମାନ୍ୟ ବିଳମ୍ଭ ହେଉଥିବା ଅନୁମାନ କରାଯାଉଛି।
୨୦୨୪ ବିଜେଡି ପାଇଁ ବଡ ଆହ୍ୱାନ ଓ ଚ୍ୟାଲେଞ୍ଚର ଅଗ୍ନି ପରୀକ୍ଷା ହୋଇଥିବାରୁ ଏହି ମହାସଂଗ୍ରାମରେ ବିଜେଡି ଭାବି ଚିନ୍ତି ଯୋଗ୍ୟ ଓ ବିଜୟ ସମ୍ଭାବନା ପ୍ରାର୍ଥୀ ଉପରେ ନଜର ରଖିଛି। ଏହି ତୁଳନାରେ ଦଳର ମୁଖ୍ୟ ଦ୍ୱାର ଦେଶରେ ନଥିଲେବି ବିଜେଡିର ସାମାଜିକ ସେବା ଚିନ୍ତାଧାରା ସହିତ ଖାପ ଖୁଆଇ ଆରମ୍ଭରୁ ଏ ଯାଏ ସାଥ ଦେଇ ଆସୁଥିବା ଓ ଓଡିଶାର ବୃହତ ସ୍ୱାର୍ଥକୁ ନେଇ ବିଜେଡି ଭଳି ଏକ ଆଞ୍ଚଳିକ ଦଳକୁ ନିଜର ସମର୍ଥନ ଦେଇ ଆସୁଥିବା ପ୍ରାର୍ଥୀ ଚୟନରେ ମଧ୍ୟ ବିଜେଡିର ଆଖି ଲାଖିଛି।ଏଭଳି କ୍ଷେତ୍ରରେ ଗୋପରେ ବଢ଼ୁଛି କଳା କହ୍ନାଇଙ୍କ ଭାଗ୍ୟ ଉଦୟ ହେବାର ମଧ୍ୟ ସମ୍ଭାବନା ରହିଛି।ବିଜେଡି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ସମାଜକୁ ଏକ ନୂତନ ବାର୍ତ୍ତା ଦେବାକୁ ଯାଉଥିବା ବିଶ୍ୱାସ କରାଯାଉଛି। ଓଡିଶାର ବୃହତ ସ୍ୱାର୍ଥ୍ୟ କଥା ବାରମ୍ବାର କହିଆସୁଥିବା ବିଜେଡି ର ଆଗକୁ ଘୋଷଣା ହେବାକୁ ଥିବା ପ୍ରାର୍ଥୀ ତାଲିକାରେ ଏଭଳି ବିସ୍ମୟ ଓ ସର୍ବଜନାନୁମତ (ଆଦୃତ) ପ୍ରାର୍ଥୀ ଉଦୟ ହେଉନି କିଏ କହିବ !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ