Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଇ ବାଇକ ମୁହାଁମୁହିଁ ଧକ୍କା, ଦୁଇ ମୃତ, ଜଣେ ଗୁରୁତର

ଲକ୍ଷ୍ମୀପୁର /କାକିରିଗୁମା-୦୩/୦୪- କୋରାପୁଟ-ରାୟଗଡା ଜାତୀୟ ରାଜପଥ ୩୨୬ ର ପଞ୍ଚଡା ନିକଟସ୍ତ ହନୁମାନ ମନ୍ଦିର ସମୁଖରେ ଦୁଇ ଟି ବାଇକ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣଙ୍କ ର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତ୍ୱର ଆହତ ହୋଇଛନ୍ତି ।ସୂଚନା ଅନୁଯାୟୀ  କୁମୁଦ ଯାନୀ (୨୦)ଏକ କେଟିଏମ  ବାଇକ ନଂ ଓଡି ୧୦ଏକ୍ସ ୭୪୬୫ରେ କୋରାପୁଟ ରୁ ଲକ୍ଷ୍ମୀପୁର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଏକ ପଲସର ବାଇକ ଓଡି ୧୮ଏମ ୦୪୦୬ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।ଘଟଣା ସ୍ଥଳରେ କେଟିଏମ ଚାଳକ ଙ୍କ ମୃତ୍ୟୁ ହୋଇ ଥିବା ଦୁଇ ଜଣ ଗୁରୁତର ଆହତଙ୍କୁ କୋରାପୁଟ ମେଡିକାଲ ନେବାର ବାଟରେ ଆଉ ଜଣଙ୍କ ର ମୃତ୍ୟୁ ହୋଇଥିଲା  ।ଘଟଣା ସମ୍ପର୍କରେ ଖବର ପାଇ କାକିରିଗୁମା ପୋଲିସ ଘଟଣା ସ୍ଥଳରେ ପହଁଚି ଶବ ଜବତ ସହ ଦୁଇଟି ବାଇକ ଜବତ କରିଛି ।କୁମୁଦ ଯାନୀ ଙ୍କ ଶବ କୁ ବ୍ୟବଛେଦ ସକାଶେ ଲକ୍ଷ୍ମୀପୁର ଡାକ୍ତରଖାନା ର ଶବ ଗୃହ କୁ ପଠାଯାଇଥିବା କାକିରିଗୁମା ଥାନା ଅଧିକାରୀ ଡମ୍ବୁରୁ ଧର ବାତ୍ରିଆ ପ୍ରକାଶ କରିଛନ୍ତି। ପଲସର ଚାଳକ ଓ ବସିଥିବା ବ୍ୟକ୍ତି ଙ୍କ ର ଘର ବିଷମକଟକ ଅଞ୍ଚଳ ହୋଇଥିବା ବେଳେ ସେମାନଙ୍କ ପରିଚୟ ମିଳିନଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ