Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁର୍ଷୁଣ୍ଢୀ ରେ ବଲାଙ୍ଗିର କଂଗ୍ରେସ ସାଂସଦ ପ୍ରାର୍ଥୀ ମନୋଜ ମିଶ୍ର ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢି ରେ କଂଗ୍ରେସ ଦଳର ବଲାଙ୍ଗୀର ସାଂସଦ ପ୍ରାର୍ଥୀ ମନୋଜ ମିଶ୍ର ଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଦଳୀୟ ପ୍ରାର୍ଥୀ ହେବା ପରେ ତାଙ୍କର ଏକ ପ୍ରକାର ପ୍ରଚାର ଆରମ୍ଭ ହୋଇ ଗଲାଣି। ଏନେଇ ମନୋଜ ମିଶ୍ର ମୁର୍ଷୁଣ୍ଢି ରେ ପହଞ୍ଚିବା ପରେ ଶତାଧିକ ସମର୍ଥକ ତାଙ୍କୁ ଉତ୍ତରୀୟ ଓ ଫୁଲମାଳ ଦେଇ ସ୍ବାଗତ କରିଥିଲେ। ଜିଲ୍ଲା ପରିଷଦ ଲବ କୁମାର ସହୁ ଙ୍କ ସମେତ ବୀରମହାରାଜପୁର କଂଗ୍ରେସ ବ୍ଲକ ସଭାପତି ବସନ୍ତ ମହାକୁର , ବ୍ଲକ ଯୁବ କଂଗ୍ରେସ ସଭାପତି ବିଦ୍ୟାଧର ଖୁର୍ଡିଆ , ପୂର୍ବତନ ସମିତି ସଭ୍ୟ ଚିତ୍ତରଂଜନ ସାହୁ , ପୂର୍ବତନ ବିଧାୟକ ବିନୋଦ ପାତ୍ର , ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁ , ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ସେଠୀ ଙ୍କ ସମେତ ଶତାଧିକ କଂଗ୍ରେସ ସମର୍ଥକ ସ୍ବାଗତ କରିଛନ୍ତି। ଏନେଇ ମୁର୍ଷୁଣ୍ଢି ମୁଖ୍ୟଛକ ରେ ଏକ ପଥପ୍ରାନ୍ତ ସଭା ହୋଇଥିଲା। ପରେ ଶ୍ରୀ ମିଶ୍ର ବଡବର୍ଡାକଟା ରେ ହେଉଥିବା ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅବସରରେ ମହିଷାସୁର ଦରବାର ରେ ରାଜ ଅତିଥି ଭାବେ ଯୋଗଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ