Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ରାସ୍ତାଦେଇ ବେଆଇନ ଭାବେ କୋଇଲା ଚୋରା ଚାଲାଣ ହେଉଥିବା ଅଭିଯୋଗ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଅଞ୍ଚଳରେ ଏବେ ପଥର କୋଇଲା ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି । କୋଇଲା ମାଫିଆ ଓ କିଛି ପୁଲିସ ଅଧିକାରୀ ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏହି ଅଞ୍ଚଳରେ ଖୋଲାଖୋଲି ବେଆଇନ ପଥର କୋଇଲା ବେପାର ଚାଲୁଛି। ଫଳରେ ସରକାର ଙ୍କ ନୂତନ ଖଣି ଆଇନ ସରକାରୀ ବାବୁ ମାନଙ୍କ ଫାଇଲ ଭିତରେ ରହିଯିବା ସହ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହାନି ହେଉଥିବା ଚର୍ଚ୍ଚାର ବିଷୟ ହୋଇଛି । ରେଢ଼ାଖୋଲ ଓ  ସୁନ୍ଦରଗଡ ଜିଲ୍ଲା ଯୋଡ଼ା ବଡ଼ବିଲ ଖଣିରୁ ପ୍ରତ୍ୟେକ ଦିନ ପ୍ରାୟ ୮ ରୁ ୧୦ ବେଆଇନ କୋଇଲା ବୋଝେଇ ଟ୍ରକ ଓ ପିକଅପ ଭେନ ଯୋଗେ ବୀରମହାରାଜପୁର ଅଞ୍ଚଳକୁ ପ୍ରବେଶ କରୁଛି । ବିନା ଲାଇସେନ୍ସରେ ଆସୁଥିବା ଟ୍ରକ ଗୁଡ଼ିକ କଦଳୀଗଡ ଦେଇ କିଛି ଟ୍ରକ ସୁବଳୟା ଅଞ୍ଚଳରେ ରହୁଛି ।‌  ସୁବଳୟା ଓ ବୀରମହାରାଜପୁର ରାସ୍ତା ଦେଇ ପ୍ରତ୍ୟେକ ଦିନ  ବେଆଇନ ଭାବେ ବିନକା , ରାମପୁର , ତରଭା , ଖମ୍ବେଶ୍ୱରୀପାଲି , ସାଗରପାଲି , ଉଲୁଣ୍ଡା ଅଞ୍ଚଳକୁ ଯାଉଛି। କୋଇଲା ମାଫିଆ କୈାଣସି କାଗଜପତ୍ର ନକରି ଟ୍ରକ ଯାଉଥିବା ଅଞ୍ଚଳରେ ପୁଲିସ ବାବୁ ମାନଙ୍କୁ ହାତଗୁଞ୍ଜା ଦେଇ ଖୋଲାଖୋଲି ଏଭଳି ବେଆଇନ ବେପାର ଚଲାଉଛନ୍ତି ।   କିଭଳି ଭାବରେ ସୁବଳୟା ମୁଖ୍ୟ ରାସ୍ତା  ଦେଇ ପ୍ରତ୍ୟେକ ଦିନ ବେଆଇନ କୋଇଲା ବୋଝେଇ ଟ୍ରକ ଯାଉଥିବା ବେଳେ ସ୍ଥାନୀୟ ପୋଲିସ ଜାଣିପାରୁନଥିବା ନାଁ କୋଇଲା ମାଫିଆ ଙ୍କ ଠାରୁ ହାତ ଗୁଞ୍ଜା ନେଇ ନ ଜାଣିବା ପରି ଅଭିନୟ କରୁଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ପୋଲିସ ଉଚ୍ଚ କର୍ତ୍ତୃପକ୍ଷ  ଏଥିପ୍ରତି ଦୃଷ୍ଟି ଦେବା ସହ ବେଆଇନ ଭାବେ ଚାଲାଣ ହେଉଥିବା କୋଇଲା ବୋଝେଇ ଟ୍ରକ ଗୁଡ଼ିକୁ ଚଢ଼ାଉ କରିବା ପାଇଁ ସାଧାରଣ ରେ ଦାବି ହେଉଛି।