ରେଙ୍ଗାଲି ରେ ବିଜେଡ଼ି ବିଧାୟକ ପ୍ରାର୍ଥୀ ଙ୍କୁ ଭବ୍ୟ ସ୍ଵାଗତ


ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଠାରେ ବିଜେଡି ବିଧାୟକ ପ୍ରାର୍ଥୀ ସୁଦର୍ଶନ ହରିପାଲ ଙ୍କୁ ଭବ୍ୟ ସ୍ଵାଗତ କରାଯାଇଛି। ଗତକାଲି ବିଜେଡ଼ି ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ପାଈଁ ତାର ବିଧାୟକ ପ୍ରାର୍ଥୀ ଭାବରେ ସୁଦର୍ଶନ ହରିପାଲ ଙ୍କ ନାମ ରେ ମୋହର ମାରିବା ପରେ ରେଙ୍ଗାଲି ବିଜେଡ଼ି କର୍ମୀ ଙ୍କ ମଧ୍ୟରେ ଉଲ୍ଲାସ ଖେଳି ଯାଇଥିଲା। ଶନିବାର ଦିନ ସନ୍ଧ୍ୟାରେ ରେଙ୍ଗାଲି ବ୍ଲକ୍ ବିଜେଡ଼ି ସଭାପତି ଅଶୋକ ଗୁରୁ ଙ୍କ ନେତୃତ୍ୱ ରେ ରେଙ୍ଗାଲି ବସଷ୍ଟାଣ୍ଡ ଠାରେ ବିଧାୟକ ପ୍ରାର୍ଥୀ ଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା। ବାଣ ଫୁଟାଇ, ପୁଲ ମାଲ ଦେଈ ଭବ୍ୟ ସ୍ଵାଗତ କରାଯାଇଥିଲା। ରେଙ୍ଗାଲି ବ୍ଲକ୍ ବିଜେଡ଼ି ସଭାପତି ଅଶୋକ ଗୁରୁ, ଯୁବ ବିଜେଡି ନେତା ବିଶାଳ ଦାସ, ଦେବେନ୍ଦ୍ର କିଶୋର ପତି, ସତ୍ୟନାରାୟଣ ଅଗ୍ରୱାଲ, ଏମ୍ ବି ସତ୍ୟନ୍, ନାରାୟଣ ଶର୍ମା, ପ୍ରଦୀପ ସାହୁ, ଡୋଲାମାଣି ଖମାରୀ,ଗୋବର୍ଦ୍ଧନ ସାହୁ , ସୁଶୀଲ କିସାନ, ଦୟାନିଧି
ଭଇଁସାଲ, ଅଶ୍ଵିନୀ ପଟେଲ, ଗୋପାଳ ପଣ୍ଡା, ରାଜେଶ ପୃଷ୍ଟି, ସ୍ବାଗତ ନାୟକ ଙ୍କ ଶହ ବହୁ ସଂଖ୍ୟାରେ ବିଜେଡ଼ି କର୍ମୀ ସ୍ବାଗତ କରିଥିଲେ। ଶେଷରେ ରେଙ୍ଗାଲି ବସଷ୍ଟାଣ୍ଡ ଠାରେ ହେଉଥିବା ଶ୍ୟାମ ମହୋତ୍ସବ କୁ ଯାଇ ଭଗବାନ ଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ।