Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାରାୟଣପାଟଣା ଆଇଆରବି କେମ୍ପ ର ଯବାନ ଙ୍କ ଦୁର୍ଘଟଣା ରେ ମୃତ…

ଲକ୍ଷ୍ମୀପୁର ୦୮/୦୪…କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଳକ ରେ ଏକ ସଡ଼କ ଦୁର୍ଘଟଣା ରେ ଜଣେ ଆଇଆରବି ଯବାନ ଙ୍କ ମୃତ୍ୟୁ ହୋଇଛି, ମୃତ ଯବାନ ଜଣକ ହେଲେ ଅରୁଣ କୁମାର ଓ ତାଙ୍କ ଘର ବରଗଡ଼ ଜିଲ୍ଲା ବୋଲି ଜଣାପଡିଛି। ଆଜି ନାରାୟଣପାଟଣା ଏଟିଏମ କାଉଣ୍ଟର ରୁ ଟଙ୍କା ଉଠାଇ ଯବାନ ଜଣକ ମୋଟରସାଇକେଲ ରେ ନିଜ କେମ୍ପ କୁ ଫେରୁଥିବା ବେଳେ  ଜୁଡିଜାମ୍ବ ଛକ ନିକଟରେ ଏକ କାର ସହ ତାଙ୍କ ମୋଟରସାଇକେଲ ମୁହାଁ ମୁହିଁ ଧକ୍କା ହୋଇଥିଲା, ଘଟଣା ସ୍ଥଳରେ ହିଁ ଯବାନ ଙ୍କ ମୃତ୍ୟୁ ହୋଇଥିଲା…ଖବର ପାଇଁ  ନାରାୟଣପାଟଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ