ବୀରମହାରାଜପୁର ବିଧାୟକ ପ୍ରାର୍ଥୀ ପଦ୍ମନାଭ ବେହେରା ଯୋଗଦେଲେ ବିଜେଡି କର୍ମୀ ସମାବେଶରେ


ବୀରମହାରାଜପୁର : (ସୌମିତ୍ରି ମେହେର) ସାଧାରଣ ନିର୍ବାଚନ ବିଧାନସଭା ଯେତିକି ପାଖେଇ ଆସୁଛି କର୍ମୀ ଓ ପ୍ରାର୍ଥୀ ଙ୍କ ମଧ୍ୟରେ ଉତ୍ସାହ ସେତିକି ଦେଖିବାକୁ ମିଳୁଛି l ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉଦେପଦର ଠାରେ ସୋମବାର ଏକ ବିଜେଡି କର୍ମୀ ସମ୍ବିଳନୀ ଅନୁଷ୍ଠିତ ହୋଇ ଥିଲା l ବିଜୁ ଜନତା ଦଳ ବୀରମହାରାଜପୁର ବ୍ଲକ ସଭାପତି ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ସ୍ଵୟମ୍ଭୁ ନାଥ ଖଣ୍ଡଗିରି ଙ୍କ ସଭାପତିତ୍ବ ରେ ଆୟୋଜିତ ସଭାରେ ବୀରମହାରାଜପୁର ବିଧାୟକ ପ୍ରାର୍ଥୀ ପଦ୍ମନାଭ ବେହେରା ସଂଗଠନ ଉପରେ ଆଲୋକପାତ କରିଥିଲେ l ପ୍ରତ୍ୟେକ ଗ୍ରାମପଞ୍ଚାୟତ ର ଦଳୀୟ ସ୍ଥିତି, ନିର୍ବାଚନ ପରିଚାଳନା ଦଳୀୟ ପ୍ରାର୍ଥୀ ଙ୍କୁ ବିପୁଳ ଭୋଟ ରେ ବିଜୟୀ କରିବାପାଇଁ ରଣନୀତି ପ୍ରସ୍ତୁତ କରିଥିଲେ l ଉକ୍ତ ବୈଠକ ରେ ବିଜେଡି ଜିଲ୍ଲା ଉପସଭାପତି କିଶୋର ହୋତା , ପୂର୍ବତନ ବ୍ଲକ ସଭାପତି ରଂଜିତ କୁମାର ରଥ , ବିବେକାନନ୍ଦ ପଧାନ , ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟଞ୍ଜୀବ ମିଶ୍ର , ମଧୁସୂଦନ ପଣ୍ଡା , ମୂରଶୁଣ୍ଢୀ ସରପଞ୍ଚ ମନୋଜ କୁମାର ସାହୁ , ସରପଞ୍ଚ ସଙ୍ଘ ସଭାପତି ତଥା ବିଜେଡି ବ୍ଲକ ସଭାନେତ୍ରୀ ଶ୍ରୀୟା କର୍ମୀ , ଲୁତୁରପଙ୍କ ସରପଞ୍ଚ, ସୂର୍ଯ୍ୟ ନନ୍ଦ ଚମ୍ପାମାଲ ସରପଞ୍ଚ ମହେନ୍ଦ୍ର ଜଗଦଲା , ବାଗବର ସରପଞ୍ଚ ନିରୁପମା ବଗର୍ତ୍ତୀ , ଖଣ୍ଡହଥା ସରପଞ୍ଚ ଜୟଶ୍ରୀ ଦେହୁରୀ , କେନଝିରିଆପାଲି ସରପଞ୍ଚ ସସ୍ମିତା ଦୀପ , ପିତାମହୁଲ ସରପଞ୍ଚ ଆକସ୍ମିତା ବଢ଼େଇ , ହିଲୁଙ୍ଗ ସରପଞ୍ଚ ଙ୍କ ପ୍ରତିନିଧି ଅକ୍ଷୟ ସେଠୀ ଙ୍କ ସମେତ ସମିତି ସଭ୍ୟ ଶୈଳ ରଞ୍ଜନ ବାଦୀ , ବରିଷ୍ଠ ସଦସ୍ୟ କଲ୍ଲୋଳ କୁମାର ମିଶ୍ର , ପ୍ରଦୀପ ମିଶ୍ର, ପ୍ରକାଶ କୁମାର ହୋତା , ବୈଦ୍ୟନାଥ କର୍ମୀ , ବ୍ଲକ ଛାତ୍ର ବିଜେଡି ସଭାପତି ଭଗବାନ କର୍ଣ୍ଣ , ଗିରିଧାରୀ ମେହେର , ଲଳିତ ପାତ୍ର , ସଞ୍ଜିବ କୁମାର ମେହେର , ବିଜେଡି ର ସମସ୍ତ ଜିଲ୍ଲା କର୍ମକର୍ତ୍ତା , ବ୍ଲକ ପଦାଧିକାରୀ , ବୁଥ ର ନେତୃ ସ୍ଥାନୀୟ କର୍ମକର୍ତ୍ତା ଯୋଗଦେଥିଲେ l ପରେ ଗ୍ରାମ ପଞ୍ଚାୟତ ର କର୍ମୀ ଙ୍କ ସହ ପୃଥକ, ପୃଥକ ଭାବରେ ଆଲୋଚନା କରାଯାଇଥିଲା l