Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଡରମା ମାଁ ବନଦୁର୍ଗାଙ୍କ ପୀଠରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ

ସମ୍ବଲପୁର(ଗୌଡ଼ପାଲି): ଜମନକିରା ବ୍ଲକ କୁଲୁଣ୍ଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପତ୍ରାପାଲି ବଡରମା ଘାଟି ନିକଟରେ ଥିବା ମାଁ ବନଦୁର୍ଗାଙ୍କ ପୀଠରେ ଆଜି କଳସ ଆବାହନ କରି ଆନୁଷ୍ଠାନିକ ଭାବେ ମାଙ୍କ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଯାଇଛି। ଆଜି ସନ୍ଧ୍ୟାରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଚଳିତ ପୂଜାରେ ହଲଦିବାହାଲ ଗ୍ରାମର ଗୌନ୍ତିଆ ପରିବାରର ସଦସ୍ୟ ଅମ୍ବରିଶ ଶର୍ମା ଓ ତାଙ୍କ ପତ୍ନୀ ଝରଣା ଶର୍ମା କର୍ତ୍ତା ଦାୟିତ୍ୱରେ ଥିବାବେଳେ ପୂଜକ ସିଦ୍ଧାର୍ଥ ସାହା ଓ ତାଙ୍କ ସହକର୍ମୀ ପଣ୍ଡିତ ଭାବରେ ଦାୟିତ୍ଵ ନିର୍ବାହ କରୁଛନ୍ତି। ମାଙ୍କ ପୀଠରେ ବାସନ୍ତିକ ପୂଜାରେ ଅଖଣ୍ଡ ଦ୍ଵୀପ ପ୍ରଜ୍ବଳନ ପାଇଁ ମଧ୍ୟ ସୁବ୍ୟବସ୍ଥା କରାଯାଇଅଛି। ପ୍ରତ୍ୟହ ଉପଚାର ପୂଜା, ଚଣ୍ଡୀପାଠ, ହୋମ ଓ ଆଳତୀ ପରେ ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ଥା ହୋଇଅଛି ବୋଲି ମାଁ ବନଦୁର୍ଗା ଟ୍ରଷ୍ଟ ପକ୍ଷରୁ ସୂଚନା ମିଳିଛି। ଏହାଛଡ଼ା ଆଳତୀ ପରେ ସବୁଦିନ ସନ୍ଧ୍ୟାରେ ବିଭିନ୍ନ ସଙ୍କୀର୍ତ୍ତନ ଦଳ କୀର୍ତ୍ତନ ପରିବେଷଣ କରିବେ।