Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଖଣ୍ଡହତା ପ୍ରିମିୟମ ଲିଗ୍ କ୍ରିକେଟ ରେ ଡ୍ରାଗନ ଆଟାକରର୍ସ କୁ ହରାଇ ଡୋମିନେଟର ଫାଇଟର ଫାଇନାଲ ରେ ପ୍ରବେଶ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଖେଳ ପଡ଼ିଆରେ ଦ୍ଵିତୀୟ ଖଣ୍ଡହତା ପ୍ରିମିଅର ଲିଗ୍ କ୍ରିକେଟ ର ରବିବାର ମ୍ୟାଚ୍ ରେ ଡୋମିନେଟର ଫାଇଟର କୁ ହରାଇ ଡ୍ରାଗନ ଆଟାକରର୍ସ ବିଜୟୀ ହୋଇ ଫାଇନାଲ ରେ ପ୍ରବେଶ କରିଛି। ଡ୍ରାଗନ ଆଟାକରର୍ସ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୭ ଉଇକେଟ ହରାଇ ୧୪୨ ରନ କରିଥିଲା। ଦଳର ରଞ୍ଜନ ବେହେରା ୩୯ ଓ ଅନ୍ତର୍ଯ୍ୟାମୀ ଭୋଇ ୨୨ ରନ କରିଥିଲେ। ବିପକ୍ଷ ହରେକୃଷ୍ଣ ବାରିକ ୨ ଟି ଉଇକେଟ ନେଇଥିଲେ। ଜବାବରେ ଡୋମିନେଟ ଫାଇଟର ଦଳ ନିର୍ଦ୍ଧାରିତ ୧୦ ଓଭର ରେ ୭ ଉଇକେଟ ହରାଇ ୧୦୬ ରନ କରି ପରାସ୍ତ ହୋଇଥିଲା। ଦଳର ପ୍ରକାଶ ବେହେରା ୩୯ ରନ ଓ ଦିଗାମ୍ବର ପ୍ରଧାନ ୨୨ ରନ କରିଥିଲେ। ବିପକ୍ଷ ଦଳର ଅନ୍ତର୍ଯ୍ୟାମୀ ଭୋଇ ୩ ଟି ଉଇକେଟ ନେଇଥିଲେ। ଅନୁଷ୍ଠିତ ପୁରସ୍କାର ବିତରଣି ଉତ୍ସବରେ କ୍ରୀଡାବିତ ସୁଶିଲ ପାଣ୍ଡେ ଅତିଥି ଭାବେ ଯୋଗଦେଇ ଅନ୍ତର୍ଯ୍ୟାମୀ ଭୋଇ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ କରିଥିଲେ। ମ୍ୟାଚ୍ ରେ ବିମଳ ଭୁକ୍ତା ଓ ରାଜେଶ କର୍ମୀ ଅମ୍ପାୟାର ଓ ପ୍ରହଲ୍ଲାଦ ମୁଖି ସ୍କୋରର କାର୍ଯ୍ୟ ତୁଳାଇ ଥିଲେ।