Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଷ୍ଟେଟ ବ୍ୟାଙ୍କ ସମ୍ବଲପୁର ଆଞ୍ଚଳିକ ବ୍ୟବସାୟ ଶାଖା ତରଫରୁ ବୁଦୁଲାପାଲି ଅଙ୍ଗନୱାଡି କେନ୍ଦ୍ର ରୂପାନ୍ତକରଣ

ଜମନକିରା : ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଭୁବନେଶ୍ବର ସହାୟତାରେ ଏବଂ ଆଞ୍ଚଳିକ ବ୍ୟବସାୟ କାର୍ଯ୍ୟାଳୟ ସମ୍ବଲପୁର ସହଯୋଗରେ ଏବଂ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସାର୍କ୍ ଆନୁକୁଲ୍ୟରେ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ବ୍ଲକ ଅନ୍ତର୍ଗତ ବୁଦୁଲାପାଲି ଗ୍ରାମ ପଞ୍ଚାୟତ ସ୍ଥିତ ବୁଦୁଲାପାଲି ଅଙ୍ଗନବାଡି କେନ୍ଦ୍ରକୁ ଏକ ଆଦର୍ଶ କେନ୍ଦ୍ର ଭାବେ ରୂପାନ୍ତକରଣ କରାଯାଇଛି। ଏଥିରେ ଶିଶୁମାନଙ୍କ ସୃଜନଶୀଳତାର ବିକାଶ, ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା, ଡିଜିଟାଲ ଶିକ୍ଷା, ବିଭିନ୍ନ ପ୍ରକାରର ଖେଳ ଓ ଶିକ୍ଷଣ ସାମଗ୍ରୀ ଦିଆଯିବା ସଙ୍ଗେ ସଙ୍ଗେ ଅଙ୍ଗନବାଡି କେନ୍ଦ୍ରର ସୌନ୍ଦର୍ଯ୍ୟ କରଣ କରାଯାଇଅଛି। ଉଦଘାଟନୀ ଉତ୍ସବରେ କୁଚିଣ୍ଡା ଷ୍ଟେଟ ବ୍ୟାଙ୍କ କାର୍ଯ୍ୟାଳୟର ମୁଖ୍ୟ ଶାଖା ପରିଚାଳକ ବିଜୟ କୁମାର ତାଣ୍ଡି, ମୁଖ୍ୟଅତିଥି ରୂପେ ଯୋଗଦାନ କରି ଶିଶୁ ଓ ମା ମାନଙ୍କୁ ଆଦର୍ଶ ଶିକ୍ଷା ଓ ଶିଶୁ ବିକାଶରେ ଅଙ୍ଗନୱାଡିର ଭୂମିକା ବିଷୟରେ ଅବଗତ କରାଇଥିଲେ। କନକଲତା ନାୟକ, ସିଡ଼ିପିଓ, କୁଚିଣ୍ଡା, ସୁକାନ୍ତ କୁମାର ପଟେଲ, ପ୍ରଧାନ ଶିକ୍ଷକ, ବୁଦୁଲାପାଲି ପ୍ରାଥମିକ ବିଦ୍ୟାଳୟ ଏବଂ ସାର୍କ୍ ସମ୍ବଲପୁର ପ୍ରକଳ୍ପ ଅଧିକାରୀ ମଧୁସୂଦନ ଚଇନି ଓ ସମ୍ପାଦକ ଅଶୋକ ପାଣିଗ୍ରାହୀ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦାନ କରି ଶିଶୁ ଓ ଅଙ୍ଗନୱାଡି କର୍ମୀ ମାନଙ୍କୁ ଏହି ରୂପାନ୍ତରଣ ଓ ଆଧୁନିକୀକରଣ ର ଗୁରୁତ୍ଵ ଏବଂ ଉପାଦେୟତା ବାବଦରେ ଅବଗତ କରାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ