Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ଜିଲ୍ଲା ଜମନକିରା ମହାବିଦ୍ୟାଳୟରେ ମୁକ୍ତେଶ୍ୱର ସାହିତ୍ୟ ସଂସଦ ଓ ସୁବର୍ଣ୍ଣ ସ୍ମୃତି କବି ସମ୍ମିଳନୀ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ମହାବିଦ୍ୟାଳୟରେ ମୁକ୍ତେଶ୍ୱର ସାହିତ୍ୟ ସଂସଦ ଏବଂ ସୁବର୍ଣ୍ଣ ସ୍ମୃତି ସମିତିର ମିଳିତ ଆନୁକୁଲ୍ୟରେ ରାଜ୍ୟ ସ୍ତରୀୟ କବି ସମ୍ମିଳନ ଓ କବିତା ମହୋତ୍ସବ ଆୟୋଜିତ ହୋଇ ଯାଇଅଛି। ମୁକ୍ତେଶ୍ୱର ବାବାଙ୍କ ପୂଜାର୍ଚ୍ଚନା ରୂ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପରେ ମୁକ୍ତେଶ୍ୱର ସାହିତ୍ୟ ସଂସଦ ସଭାପତି ମୁରଲୀଧର ନାୟକ ସଭାପତିତ୍ୱରେ ସଭା କାର୍ଯ୍ୟ କରାଯାଇଥିଲା। ମୁଖ୍ୟଅତିଥି ଭାବରେ ପୁର୍ବତନ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ପ୍ରଫୁଲ୍ଲ କୁମାର ମହାପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ହୃଦାନନ୍ଦ ଶର୍ମା ଓ ତୃପ୍ତି ମିଶ୍ର ମଞ୍ଚାସିନ ଥିଲେ। ପଣ୍ଡିତ ତ୍ରୈଲୋକ୍ୟନାଥ ମହାପାତ୍ର ସଂଯୋଜନା ଭାର ତୁଲାଇ ଥିଲେ। ବ୍ୟଙ୍ଗ କବି ପ୍ରମୋଦ କୁମାର ନାୟକ ବାର୍ଷିକ ବିବରଣି ପାଠ କରିଥିବା ବେଳେ ନନ୍ଦଲାଲ ସାହୁ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଶହେ ରୁ ଅଧିକ କବି ନିଜର କବିତା ପାଠ କରିଥିଲେ। ଚାରି ଜଣ ଯଥା ଗୀତାରାଣୀ ସାହୁ,(ନାକ୍‌ଟୀଦେଉଲ୍ )ସ୍ନେହତା ରଣା (ବଣେଇ), କୁନୁ ଦେହୁରୀ ଓ ପଂକଜିନୀ ରାଉତ (ଝାରସୁଗୁଡ଼ା ) ସମ୍ମାନ ଜନକ ସୁବର୍ଣ୍ଣ ସ୍ମୃତି ସମ୍ମାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ତିନୋଟି ପୁସ୍ତକ ଉନ୍ମୋଚନ କରାଯାଇଛି ଯାହାକି ପ୍ରମୋଦ କୁମାର ନାୟକଙ୍କ ଦ୍ଵାରା ସ୍ବରଚିତ “ତୁମରି ସ୍ମୃତିରେ” ନନ୍ଦଲାଲ୍ ସାହୁଙ୍କ ‘ଈଶ୍ୱରୀୟ ଜ୍ଞାନମାଲା” ଏବଂ ମୁରଲୀଧର ନାୟକଙ୍କ “ସାହିତ୍ୟ ଆସର” ଆଦି ପୁସ୍ତକ ଉନ୍ମୋଚନ କରାଯାଇଥିଲା। ଜମନକିରା ଅଂଚଳର ବିଶିଷ୍ଠ କବି ବୃନ୍ଦ ନରେନ୍ଦ୍ର ସାହୁ,ପ୍ରଦ୍ୟୁମ୍ନ ବିଶି, ପ୍ରଦୀପ ପଟେଲ,ସୁବାସ ନାୟକ, କୀର୍ତି ଚଂଦ୍ର ବୋହିଦାର ପ୍ରମୁଖ ନିଜ ନିଜର ସ୍ୱରଚିତ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମ ଶେଷରେ କବି ପ୍ରଦ୍ୟୁମ୍ନ ବିଶି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ