Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚକାବର ୟୁ ପି ସ୍କୁଲ୍ ର ବାର୍ଷିକ ଉତ୍ସବ ରେ ଅତିଥି ଙ୍କ ପରାମର୍ଶ ହେଲା ଅଧ୍ୟୟନ ସହ କଠୋର ପରିଶ୍ରମ ଜରୁରୀ

ବୀରମହାରାଜପୁର : (ସୌମୀତ୍ରି ମେହେର )
ଛାତ୍ର ଛାତ୍ରୀ ମାନେ ଜୀବନରେ ସଫଳତା ହାସଲ ପାଇଁ ନିରନ୍ତର ଅଧ୍ୟୟନ କରିବା ଆବଶ୍ୟକ ଏବଂ ଅଧୟନ ସହିତ କଠୋର ପରିଶ୍ରମ , ଶୃଙ୍ଖଳିତ , ସଂଯମୀ , ସମୟାନୁବର୍ତ୍ତିତା ଓ ସଂସ୍କାରୀ ହେବା ଜରୁରୀ l ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦର ମହକୁମା ସ୍ଥିତ ଚକାବର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅନୁଷ୍ଠିିତ ବାର୍ଷିକ ଉତ୍ସବ ର ମଞ୍ଚାସୀନ ଅତିଥିମାନେ ଉପରୋକ୍ତ ମତବ୍ୟକ୍ତ କରିଛନ୍ତି l ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଅନୁପମା ମେହେର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ବୀରମହାରାଜପୁର ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ଅବସର ପ୍ରାପ୍ତ ଶିକ୍ଷକ ଭୂଷଣ କୁମାର ପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସି ଆର୍ ସି ସି ଉମାଶଙ୍କର ପୂଜାରୀ ଓ ସ୍କୁଲ ପରିଚାଳନା କମିଟି ସଭାପତି ସନ୍ତୋଷ କୁମାର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ l ଶିକ୍ଷକ ସନ୍ତୋଷ କୁମାର ସାହୁ ସ୍ଵାଗତ ଭାଷଣ ଦେଇଥିବା ବେଳେ ନାରାୟଣ ବେହେରା ଅତିଥି ପରିଚୟ ପ୍ରଦାନ ଓ ଧନ୍ଯବାଦ ଅର୍ପଣ କରିଥିଲେ l ସ୍କୁଲ ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା ଓ ଶେଷରେ ଗୀତିନାଟ୍ୟ ଟୀକା ଗୋବିନ୍ଦ ଚନ୍ଦ୍ର ମଞ୍ଚସ୍ଥ ହୋଇଥିଲା I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ