ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ଖେଳ ପଡ଼ିଆରେ ହେଉଥିବା ପ୍ରଥମ ବହଳପଦର ପ୍ରିମିଅର ଲିଗ୍ କ୍ରିକେଟ ର ଫାଇନାଲ ରେ କିଙ୍ଗ କୋବ୍ରା କୁ ହରାଇ ୟଙ୍ଗ ଫାଇଟର ବିଜୟୀ ହୋଇ ଚାମ୍ପିଅନ ହୋଇଛି । ଫାଇନାଲ ମ୍ୟାଚ୍ ରେ ୟଙ୍ଗ ଫାଇଟର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୪ ଟି ଉଇକେଟ ହରାଇ ୧୬୮ ରନ କରିଥିଲା । ଦଳର ଡେନି ଗୋପାଳ ମାଝୀ ୨୮ ବଲ ରୁ ୮୯ ରନ ଓ ରାକେଶ ପ୍ରଧାନ ୧୧ ବଲ ରୁ ୩୩ ରନ କରିଥିଲେ। ବିପକ୍ଷ କିଙ୍ଗ କୋବ୍ରା ର ବଶିଷ୍ଠ ସେଠୀ ୨ ଟି ଓ ସଞ୍ଜୀବ ନାଏକ ଓ ଟିଲୁ ପୋଢ଼ ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ । ଜବାବରେ କିଙ୍ଗ କୋବ୍ରା ଦଳ ନିର୍ଦ୍ଧାରିତ ୧୦ ଓଭର ରେ ୭ ଉଇକେଟ ହରାଇ ୧୧୭ ରନ କରି ପରାସ୍ତ ହୋଇଥିଲା । ଦଳ ର ରାଜୁ ଦେହୁରୀ ୨୦ ବଲରୁ ୪୮ ରନ ଓ ପ୍ରଭାସ କୁମାର ଘଣ୍ଟା ୧୫ ବଲ ରୁ ୩୧ ରନ କରିଥିଲେ । ବିପକ୍ଷ ୟଙ୍ଗ ଫାଇଟର ର ସୁଜିତ ସାହୁ ଓ ଶ୍ରୀତମ ବିଶି ୨ ଟି ଏବଂ ରାକେଶ ପ୍ରଧାନ ଓ ରିତିକ ସାହୁ ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ। ପୀତାମ୍ବର ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ପୁରସ୍କାର ଵିତରଣି ଉତ୍ସବ ରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜିତ ରଥ , ବୀରମହାରାଜପୁର ଜୋନ -୨ ଜିଲ୍ଲା ପରିଷଦ ପ୍ରତିନିଧି ପ୍ରଫୁଲ୍ଲ ଦନ୍ତା , ହିଲୁଙ୍ଗ ସମିତିସଭ୍ୟ ଶୈଳ ରଞ୍ଜନ ବାଦୀ , ସ୍ବେଚ୍ଛାସେବୀ କିଶୋର ହୋତା , ତ୍ରିନାଥ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ମିଶର ଦେହୁରୀ ଙ୍କୁ ଶ୍ରେଷ୍ଠ ଦର୍ଶକ , ଟାଇଗର ଏକାଦଶ ର ଆଶିଷ ମେହେର ଙ୍କୁ ଶ୍ରେଷ୍ଠ ଶତକ ଭାବେ ପୁରସ୍କୃତ କରାଯାଇଥିଲା । ଏହା ସହିତ ୟଙ୍ଗ ଫାଇଟର ର ରିତିକ ସାହୁ ଙ୍କୁ ଶ୍ରେଷ୍ଠ ବୋଲର , ଡେନିଗୋପାଲ ମାଝୀ ଙ୍କୁ ଶ୍ରେଷ୍ଠ ବ୍ୟାଟର ଓ ମ୍ୟାନ ଅଫ ଫାଇନାଲ ଭାବେ ପୁରସ୍କୃତ କରାଯାଇଥିଲା । ଏହା ସହିତ ଚାମ୍ପିଅନ ୟଙ୍ଗ ଫଇଟର କୁ ନଗଦ ୧୦ ହଜାର ଟଙ୍କା ସହିତ ଟ୍ରଫି ଓ ରନର୍ସ ଅଫ କିଙ୍ଗ କୋବ୍ରା କୁ ନଗଦ ୭ ହଜାର ଟଙ୍କା ସହିତ ଟ୍ରଫି ପୁରସ୍କୃତ କରାଯାଇଥିଲା । ଫାଇନାଲ ମ୍ୟାଚ୍ କୁ ପ୍ରଣବ ନନ୍ଦ ଓ ପ୍ରଣୟ ମହାକୁର ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବା ବେଳେ ଦୀପକ ସାହୁ ସ୍କୋରିଙ୍ଗ ଏବଂ ମାନସ କୁମାର ନନ୍ଦ ଧାରାବିବରଣୀ ପ୍ରଦାନ କରିଥିଲେ।
ବହଲପଦର ପ୍ରିମିଅର ଲିଗ କ୍ରିକେଟ ଉଦଯାପିତ, କିଂ କୋବ୍ରା କୁ ହରାଇ ୟଙ୍ଗ୍ ଫାଇଟର ଚମ୍ପିଆନ୍ ଘୋଷିତ
