Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ରେ ବିଜୁ ଜନତା ଦଳର କାର୍ଯ୍ୟାଳୟ ଉଦଘାଟିତ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରେ ବିଜୁ ଜନତା ଦଳ ର କାର୍ଯ୍ୟାଳୟ ବୁଧୁବାର ଉଦଘାଟିତ ହୋଇ ଯାଇଛି। ବୀରମହାରାଜପୁର ବ୍ଲକ ବିଜେଡି ସଭାପତି ସ୍ଵୟମ୍ଭୁ ନାଥ ଖଣ୍ଡଗିରୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ବିଜେଡି ବିଧାୟକ ପ୍ରାର୍ଥୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି । ଏକ ଶୋଭାଯାତ୍ରା ରେ ବୀରମହାରାଜପୁର ମୁଖ୍ୟ ଛକ ଦେଇ କାର୍ଯ୍ୟାଳୟ କୁ ନିଜ ସମର୍ଥକ ଓ କର୍ମକର୍ତ୍ତା ଙ୍କ ସହିତ ଆସିଥିଲେ । ବିଧାୟକ ଶ୍ରୀ ବେହେରା ଏହାକୁ ଉଦଘାଟନ କଲାପରେ କାର୍ଯ୍ୟାଳୟ ରେ ଏକ ସଭା ହୋଇଥିଲା । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏହି କାର୍ଯ୍ୟାଳୟ ରେ ନିର୍ବାଚନ କୁ ନେଇ ବିଜେଡ଼ି ର ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା ସହିତ ବିଭିନ୍ନ ଆଲୋଚନା ହେବ । ଦଳୀୟ କର୍ମୀ ଓ ସମର୍ଥକମାନେ କାର୍ଯ୍ୟାଳୟ ରୁ ବିଭିନ୍ନ ସୂଚନା ପାଇପାରିବେ। ଏହି କାର୍ଯ୍ୟାଳୟ ଉଦଘାଟନ ଅବସରରେ ବିଧାୟକ ଙ୍କ ସମେତ ଦଳର ବରିଷ୍ଠ ସଦସ୍ୟ ମାନେ ଆଗାମୀ ନିର୍ବାଚନ ସମ୍ବନ୍ଧ ରେ ବିଭିନ୍ନ ଆଲୋଚନା କରିଥିଲେ । କର୍ମୀ ମାନଙ୍କୁ ଲୋକଙ୍କ ପାଖକୁ ଯାଇ ପ୍ରଚାର ଓ ପ୍ରସାର କରିବା ସହିତ ସଂଗଠିତ ହୋଇ ସମସ୍ତେ କାମ କରିବାକୁ ପରାମର୍ଶ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଜିଲ୍ଲା ବିଜେଡ଼ି ଉପସଭାପତି ରଞ୍ଜିତ ରଥ , କିଶୋର ହୋତା , ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷା ପ୍ରତିନିଧି କୃତିବାସ ମିଶ୍ର , ଚମ୍ପାମାଳ ସରପଞ୍ଚ ମହେନ୍ଦ୍ର ଜଗଦଲା , ହିଲୁଙ୍ଗ ସମିତିସଭ୍ୟ ଶୈଳ ରଞ୍ଜନ ବାଦୀ , ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ସତ୍ୟଞ୍ଜିବ ମିଶ୍ର , ବୀରମହାରାଜପୁର ବ୍ଲକ ଛାତ୍ର ବିଜେଡ଼ି ସଭାପତି ଭଗବାନ କର୍ଣ୍ଣ , ମଧୁ ପଣ୍ଡା, ଜିଲ୍ଲା ବିଜେଡି ଡିଜିଟାଲ ମିଡିଆ ସଭାପତି ବିହାରୀଲାଲ ମିଶ୍ର , ଉଲୁଣ୍ଡା ଜିଲ୍ଲା ପରିଷଦ ସଭ୍ୟା ପ୍ରତିନିଧି ବିଭୁ ପ୍ରସାଦ ତରାଇ , ଆଲୋକ ଦେହୁରୀ, ପ୍ରଦୀପ ମିଶ୍ର , ସଞ୍ଜୀବ ମିଶ୍ର , ପର୍ଶୁରାମ ଦେହୁରୀ ଙ୍କ ସମେତ ଶତାଧିକ ବିଜେଡି ସମର୍ଥକ ଯୋଗଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ