Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପି ରେ ଯୋଗ ଦେଲେ କୈଳାଶ…ପ୍ରଭୁ ଙ୍କୁ ଟିକେଟ ପ୍ରଦାନ କରାଯାଇନି, କିଣିକି ନେଇଥିବା ଅଭିଯୋଗ କଲେ କୈଳାଶ…ଲକ୍ଷ୍ମୀପୁର

ଲକ୍ଷ୍ମୀପୁର.୧୨/୦୪ .. କୈଳାଶ ଚନ୍ଦ୍ର କୁଲେଶିକା, ଜଣେ ଚର୍ଚିତ ରାଜ ନେତା,ଲକ୍ଷ୍ମୀପୁର ର ପୂର୍ବତନ ବିଧାୟକ…୨୦୧୪ ରେ ବିଜେଡ଼ି ର ହେମା ଗମାଙ୍ଗ ଙ୍କୁ ପରାସ୍ତ କରି ପ୍ରଥମ ଥର ସକାଶେ କଂଗ୍ରେସ ଦଳ ତରଫରୁ ବିଧାୟକ ହୋଇଥିଲେ,୨୦୧୯ ରେ ପୁଣି କଂଗ୍ରେସ ତରଫରୁ ଆସ୍ତା ପ୍ରକଟ କରାଯାଇ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି ରେ କଂଗ୍ରେସ ପୁଣି ଟିକେଟ ପ୍ରଦାନ କରିଥିଲା କିନ୍ତୁ ବିଜେଡ଼ି ର ପ୍ରଭୁ ଜାନି ଙ୍କ ଠାରୁ ମାତ୍ର ୨୨୯ ଭୋଟ ରେ ପରାଜିତ ହୋଇଥିଲେ।ପରାଜିତ ହେବା ପରେ ନିର୍ବାଚନ ଗଣତି ରେ ଅନିୟମିତତା ହୋଇଥିବା ଅଭିଯୋଗ କରି କୋର୍ଟ ରେ ଦ୍ୱାରସ୍ତ ହୋଇଥିଲେ,୨୦୨୧ ରେ କଂଗ୍ରେସ ଛାଡି ବିଜେଡ଼ି ରେ ଯୋଗ ଦେଇଥିଲେ କିନ୍ତୁ ସେତେବେଳେ ଅନେକ ପ୍ରତିଶୃତି ସହ ବିଧାୟକ ଟିକେଟ ମଧ୍ୟ ଦିଆଯିବ ବୋଲି କହିଥିଲେ ବୋଲି କୈଳାଶ କହିଛନ୍ତି କିନ୍ତୁ ବର୍ତ୍ତମାନ ବିଜେଡ଼ି ଟିକେଟ ରୁ ତାଙ୍କୁ ବଂଚିତ କରାଯାଇଛି।ଲକ୍ଷ୍ମୀପୁର ର ପୂର୍ବତନ ବିଧାୟକ କୈଳାଶ କୁଲେଶିକା ବିଜେଡ଼ି ଛାଡି ବିଜେପି ରେ ଯୋଗ ଦେଇ ବିଜେଡ଼ି ଉପରେ ବର୍ଷି ଛନ୍ତି।ବିଜେଡ଼ି ଛାଡି ଵିଧିବଧ ଭାବେ ବିଜେପି ରେ ଯୋଗଦେଇ ଛନ୍ତି।ରାଜ୍ୟ ସଭାପତି ମନମୋହନ ସାମଲ, ଶ୍ରୀତମ ଦାଶ,ସମୀର ମହାନ୍ତି ଓ ପ୍ରଶାନ୍ତ ଜଗଦେବ ଙ୍କ ଉପସ୍ଥିତିରେ ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟ ରେ କୈଳାଶ ଶତାଧିକ କର୍ମୀ ଙ୍କ ସହ ମିଶିଛନ୍ତି।ବିଜେପି ରେ ଯୋଗ ଦେବା ପରେ ବିଜେଡ଼ି ଉପରେ ବର୍ଷି ସେ କହିଛନ୍ତି ବିଜେଡ଼ି ଦଳ ଆଉ ଦଳ ହୋଇକି ରହିନାହିଁ,ପ୍ରଭୁ ଯାନୀ ଙ୍କୁ ଟିକେଟ ଦିଆଯାଇନାହିଁ, ସେ ଟିକେଟ କିଣିକି ନେଇଥିବା ଅଭିଯୋଗ କରିଛନ୍ତି, ଗତ ୫ବର୍ଷ ରେ ଦୁର୍ନୀତି କରିଥିବା ପ୍ରବଳ ଟଙ୍କା ରେ ସେ ଟିକେଟ କିଣିକି ନେବାରେ ସକ୍ଷମ ହୋଇଛନ୍ତି ବୋଲି କହିଛନ୍ତି।
ଲକ୍ଷ୍ମୀପୁର ବିଧାନସଭା ଆସନ ର ବିଜେଡ଼ି ଟିକେଟ ସମେତ କୋରାପୁଟ ଓ ପଟାଙ୍ଗୀ ବିଧାନସଭା ଆସନ ଟିକେଟ କୁ ନେଇଁ କୋଟି କୋଟି ଟଙ୍କା ରେ ଡିଲ ହୋଇଥିବା କହିଛନ୍ତି କୈଳାଶ,
ଟିକେଟ ପ୍ରଦାନ ନକରି ଏକ କୋଟି ଟଙ୍କା ସହ ଦୁଇ ମାସ ପରେ ସ୍ୱତନ୍ତ୍ର ଉନୟନ ପରିଷଦ ସଭାପତି ପଦବୀ ଦେବା ପାଇଁ ପ୍ରଲୋଭନ ଦେଇ ସାଲିସ କରାଯାଉଥିଲା, କିନ୍ତୁ ଟଙ୍କା ରେ ସେ ବିକ୍ରି ହେବା ନେତା ନୁହଁ ବୋଲି କହିବା ସହ ତାହା କୁ ପ୍ରତ୍ୟାଖ୍ୟାନ କରିଥିବା କୈଳାଶ କହିଛନ୍ତି, ଆଗକୁ ଲକ୍ଷ୍ମୀପୁର ରେ ବିଜେପି ଓ କଂଗ୍ରେସ ମଧ୍ୟରେ ଲଢେଇ ହେବ ଓ ବିଜେଡ଼ି ସତା ହରାଇବା ସହ ସେ ବିଜୟୀ ହେବେ ବୋଲି ଦୃଢ଼କ୍ତି ପ୍ରକାଶ କରିଛନ୍ତି। ଏନେଇଁ ପ୍ରଭୁ ଜାନି ଙ୍କ ପ୍ରତିକ୍ରିୟା ସକାଶେ ଯୋଗାଯୋଗ କରାଯାଇଥିଲେ ସୁଧା ସେ ଫୋନ ରିସିଭ କରିନାହାନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ