Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡ.ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ଜମନକିରା : ଭାରତ ରତ୍ନ ଭୀମ ରାଓ ଆମ୍ବେଦକର ଙ୍କ ୧୩୩ ତମ ଜୟନ୍ତୀ କୁଚିଣ୍ଡା ସ୍ଥିତ ଶ୍ରମିକ ଭବନ ରେ ପାଳିତ ହୋଇ ଯାଇଛି. ସୁରୁ ମଣି ସୁନାନୀ ଙ୍କ ପରିଚାଳନା ରେ ଆୟୋଜିତ ଜୟନ୍ତୀ ଉତ୍ସବରେ ଶିକ୍ଷବିତ୍ତ ଓ ସମାଜସେବୀ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଓ ସମ୍ବଲପୁର ଜିଲ୍ଲା ଜଙ୍ଗଲ ବିଭାଗ ର ଏ.ସି.ଏଫ. ଯଶୋବନ୍ତ କରାଳୀ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ବାବା ସାହେବ ଙ୍କ ସଂଘର୍ଷ ପୂର୍ଣ୍ଣ ଜୀବନୀ ସମ୍ପରେ ଆଲୋଚନା କରିବା ଶହ ଶିକ୍ଷାର ବିକାଶ ମଧ୍ୟମର ସମାନତା ପ୍ରତିଷ୍ଠା ହୋଇ ପାରିବ ବୋଲି ମତ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବୁର୍ଲା ର ସନ୍ତୋଷ ଛୁରା, ଶ୍ରଦ୍ଧାକର ଜୟପୁରିଆ, କେଦାରନାଥ ଲୁହା, ଭୁଦେବ ମହାନନ୍ଦିଆ, ଲିଙ୍ଗରାଜ ମହାନନ୍ଦ ଓ ସ୍ବେଛାସେବୀ ଝରଣା ମହାନନ୍ଦ ବାବା ସାହେବ ଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ। ଏହା ପୂର୍ବରୁ ସହର ରେ ସ୍ଥାପିତ ବାବା ସାହେବ ଙ୍କ ପ୍ରତିମୂର୍ତ୍ତି କୁ ସଫା କରିବା ଶହ ଅତିଥି ଗଣ ଙ୍କ ଶହ ପୂବରୁ ବ୍ଲକ ଏହାକ୍ଷା କରୁନ କିସାନ ମଧ୍ୟ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ। ଶେଷରେ ଜୟ ନାରାୟଣ ଛୁରା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଟିକୁ ସୁରଭି ମହାନନ୍ଦ,ଧର୍ଯ୍ୟ ଧର ସୁନାନୀ,ନିରଞ୍ଜନ ଜାମୁଡାଳିଆ,ଦୁଃଖ ବନ୍ଧୁ ବନଛୋର ପ୍ରମୁଖ ଆୟୋଜନ ର ପ୍ରମୁଖ ଭୂମିକା ନେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ