Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେ ଆମ୍ବେଦକର ଜୟନ୍ତୀ..

ଲକ୍ଷ୍ମୀପୁର:୧୪/୪ ଲକ୍ଷ୍ମୀପୁର ସଦର ମହକୁମା ର ନୁଆଁ ବସ ଷ୍ଟାଣ୍ଡ ଠାରେ  ଡ଼ା:ଭୀମରାଓ ଆମ୍ବେଦକର ଙ୍କ ୧୩୩ତମ ଜନ୍ମଜୟନ୍ତୀ ମହା ଆଡମ୍ବର ସହିତ ଆମ୍ବେଦକର ପ୍ରେମୀ ଙ୍କ ଗହଣରେ ପାଳନ କରାଯାଇ ଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସାଂସଦ ପ୍ରାର୍ଥୀନୀ ଶ୍ରୀମତୀ କୌଶଲ୍ୟା ହିକକା ଯୋଗ ଦେଇ ଛକ ରେ ଥିବା ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହ ପୂଜାର୍ଚ୍ଚନା କରି ଥିଲେ ।  ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ଥିବା ଅବସପ୍ରାପ୍ତ ଜିଲ୍ଲା ଶିକ୍ଷାଧିକାରୀ ତଥା ପ୍ରତିଷ୍ଠାତା ସଭ୍ୟ ରବୀନ୍ଦ୍ର ନାଥ ଖୋସ୍ଲା ଙ୍କ ପରିଚାଳନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ବିଜେପି ଯୁବମୋର୍ଚା ସଭାପତି ମନୋଜ କୁମାର ସାହୁ, ମୁଖ୍ୟ ବକ୍ତା ବଳଭଦ୍ର ଖରା,  ଆମ୍ବେଦକର କମିଟି ର ସଂପାଦକ ଲାବଣ୍ୟ ହଲୱା,  ଜୟପୁର ରୁ ଅତିଥି ଭାବେ ଯୋଗ ଦେଇ ଥିବା ଅବସପ୍ରାପ୍ତ ପ୍ରଧାନ ଶିକ୍ଷକ ନାରାୟଣ ସଗର ଙ୍କ ସମେତ ମାନ୍ୟ ଗଣ୍ୟ ବ୍ୟକ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇ ଥିଲେ ।ଏହି ଅବସରରେ ନାରାୟଣ ସଗର ଙ୍କ ଦ୍ଵାରା ଆମ୍ବେଦକର ଙ୍କ ଜୀବନକୁ ନେଇ ଲିଖିତ ୪ ପୃଷ୍ଟା ବିଶିଷ୍ଟ ଏକ ପୁସ୍ତକ ସାଂସଦ ପ୍ରାର୍ଥୀନୀ କୌଶଲ୍ୟା ହିକକା ଓ ଅତିଥି ମାନଙ୍କ ଦ୍ଵାରା ଉନ୍ମଚିତ କରାଯାଇ ଥିଲା । ବୁର୍ଜା ଓ ବିରିଗୁଡା ଗାଁ ଅନେକ ଆମ୍ବେଦକର ପ୍ରେମି ନାଚ ଗୀତ କରି ଆସି ଥିଲେ ଓ ବାବା ସାହେବ ଙ୍କ ପ୍ରତି ମୂର୍ତ୍ତି ରେ ପୂଜା ପାଠ କରି ପୁଷ୍ପମାଲ୍ୟ ଅର୍ପଣ କରି ଥିଲେ । ସଭା ରେ ଉପସ୍ଥିତ ସମସ୍ତ ଅତିଥି ମାନେ ଭାରତ ପ୍ରତି ଆମ୍ବେଦକର ଙ୍କ ଅବଦାନ ଓ ତାଙ୍କର ଜୀବନୀ ଉପରେ ଉପସ୍ଥିତ ସମସ୍ତଙ୍କୁ ଆଲୋକପାତ କରିଥିଲେ । ସାଙ୍ଗାନ୍ନା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ମାନେ ମଧ୍ୟ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ