ବୀରମହାରାଜପୁର ବରିଷ୍ଠ ନାଗରିକ କାର୍ଯ୍ୟାଳୟରେ ସପ୍ତଦୀପା ସାହିତ୍ୟ ସଂସଦର ବିଷୁବ ମିଳନ


ବୀରମହାରାଜପୁର : (ସୌମିତ୍ରି ମେହେର) ବୀରମହାରାଜପୁର ସ୍ଥିତ ବରିଷ୍ଠ ନାଗରିକ ସଙ୍ଘ ରେ ସପ୍ତଦୀପା ସାହିତ୍ୟ ସଂସଦ ର ୧୧୪ତମ ସରସ୍ବତ ସମାରୋହ କବିତା ପାଠୋତ୍ସବ ଏବଂ ସ୍ୱନକ୍ଷତ୍ର ଦିବସ ପାଳିତ ହୋଇଯାଇଛି l ସଂସଦ ର ସ୍ଥାୟୀ ସଭାପତି ଦ୍ବିତିକୃଷ୍ଣ ପଣ୍ଡା ଙ୍କ ସଭାପତିତ୍ବ ରେ ଆୟୋଜିତ ସଭାରେ ବରିଷ୍ଠ କବି ଆର୍ତ୍ତତ୍ରାଣ ବାବୁ ମୁଖ୍ୟ ଅଥିତି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ବିଶିଷ୍ଟ ଅତିଥି ଭାବରେ ଡ଼କ୍ଟର ପ୍ରଫୁଲ୍ଲ ରଥ ଯୋଗଦେଇ ଥିବାବେଳେ ଏକ ମନୋଜ୍ଞ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି l କବି ବାସୁଦେବ ରଥ , ରାଧେଶ୍ୟାମ ମିଶ୍ର , ଡ଼କ୍ଟର ଅନିରୁଦ୍ଧ କୁରକୁରିଆ , ଅଧ୍ୟାପକ ଯଜ୍ଞଶ୍ୱର ବିଶି , ପ୍ରହଲ୍ଲାଦ ନାଏକ , ଜଳଦେବ ବେରିହା , ଯୁଗଳ କିଶୋର ମିଶ୍ର, କିଶୋର ହୋତା , କମ୍ଭୁଧର ସୁନା , ସନ୍ତୋଷୀନି ନାୟକ, ଶୁଭେନ୍ଦୁ ମେହେର , ଶୁଭ୍ରାଂଶୁ ପାଢ଼ୀ , ସୁବ୍ରତ କୁମାର ପଣ୍ଡା , ଭଗବାନ ବାଘ , ଭଗବାନ ମିଶ୍ର , ସନ୍ତୋଷ ଷଡ଼ଙ୍ଗୀ ପ୍ରମୁଖ, ସ୍ୱରଚିତ କବିତା ପାଠ କରିଥିଲେ l ବରିଷ୍ଠ ନାଗରିକ ପୂର୍ବତନ ସଭାପତି କୃଷ୍ଣ ଚନ୍ଦ୍ର ପାଢ଼ୀ ଙ୍କୁ ଭଗବତ ଗୀତା ଅନୁବାଦ ପାଇଁ ସମ୍ବର୍ଦ୍ଧନା କରାଯାଇଥିଲା l ଉକ୍ତ କବିତା ଆସର କୁ କବି ଲକ୍ଷ୍ମୀ ନାରାୟଣ ସାହୁ ଏବଂ ଅହଲ୍ୟା ପଧାନ ସଂଯୋଜନା କରିଥିଲେ l