ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଚଡେଇପଙ୍କ ପଞ୍ଚାୟତ ର ଝାରବାହାଲି ଗାଁ ରେ ଦେଖା ଦେଇଛି ପାନୀୟଜଳ ସଙ୍କଟ I ମହାନଦୀ କୂଳରେ ଅବସ୍ଥିତ ଏହି ଗ୍ରାମରେ ପ୍ରାୟ 3000 ରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଥିବା ବେଳେ ଗ୍ରାମର ମହିଳା ମାନେ 2 କି. ମି ବାଟ ଚାଲିଚାଲି ଯିବାକୁ ପଡୁଛି ପାଣି ଆଣିବାକୁ I ଏଣୁ ଗ୍ରାମବାସୀ ଙ୍କ ଜଳ କଷ୍ଟ ଦୂର କରିବା ପାଇଁ ଯଥାଶିଘ୍ର ନିକଟସ୍ଥ ମହାନଦୀ ରୁ ପାଇପ ଯୋଗେ ପିଇବା ପାଣି ଯୋଗାଣ ବ୍ୟବସ୍ଥା କରାଯିବାକୁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପାଖରେ ନିବେଦନ କରିଥିଲେ l ମହିଳା ମାନେ ହାତରେ ଦୁଷିତ ପାଣି ବୋତଲ ଧରି ଗ୍ରାମର ବିଭିନ୍ନ ଏସଏଚଜି ମହିଳାଙ୍କ ସହ ବୃନ୍ଦାବତୀ ଭୋଇ , ପଙ୍କଜିନି ସାହୁ ,ଭlଗ୍ୟ ବିଶି , ରୁକ୍ମଣୀ ଘିବିଲା , ସୀତା ମାଝୀ ପ୍ରମୁଖ ଙ୍କ ନେତୃତ୍ଵରେ ବହୁ ମହିଳା ସୋନପୁର ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପହଁଚି ପ୍ରାଶାସନିକ ଅଧିକାରୀଙ୍କୁ ଗ୍ରାମରେ ପାନୀୟଜଳ ଯୋଗାଣ ପାଇଁ ଲିଖିତ ଅଭିଯୋଗ କରିଛନ୍ତି I