Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୂରରେ କୈଳାଶ କୁ ବିପୁଳ ସମ୍ବର୍ଦ୍ଧନା.

ଲକ୍ଷ୍ମୀପୁର ୧୬/୦୪ … ଲକ୍ଷ୍ମୀପୁର ବିଧାନସଭା ଆସନ ସକାଶେ ବିଜେପି ଆଜି କୈଳାଶ କୁଲେସିକାଙ୍କୁ ପ୍ରାଥୀ କରିବା ସହ ଟିକେଟ ଘୋଷଣା କରିବାପରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି ରେ ବିକେପି କର୍ମୀ ମାନେ ଆଜି ମିଠା ବାଣ୍ଟି ଖୁସିବ୍ୟକ୍ତ କରିଥିଲେ। ଟିକେଟ ପାଇବାପରେ ଭୁବନେଶ୍ୱର କାର୍ଯ୍ୟାଳୟରେ ବିଜେପି ମୁଖିଆ ମାନଙ୍କ ସହ ଆଲୋଚନା କରି ସନ୍ଧ୍ୟା ରେ ଭୁବନେଶ୍ୱର ରୁ ଲକ୍ଷ୍ମୀପୁର ଆସିଥିଲେ। ଲକ୍ଷ୍ମୀପୁର ରେ କୈଳାଶ ପହଂଚିବା ପରେ କର୍ମୀ ମାନେ ପୁଷ୍ପ ଗୁଚ୍ଛ ଫୁଲମାଳ ଦେଇ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଦଳୀୟ କର୍ମୀ ମାନେ ଉତ୍ସାହ ରେ ସହ ସ୍ୱାଗତ କରିବାସହ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ। କୈଳାଶ ଲକ୍ଷ୍ମୀପୁର ରେ ଗଣମାଧ୍ୟମ କୁ କହିଥିଲେ ବିଜେଡ଼ି ଦଳ ତାଙ୍କୁ ଧକ୍କା ଦେଇଛି, ସ୍ୱଳ୍ପ ସମୟ ମଧ୍ୟରେ ବିଜେପି ମୋତେ ଆପଣାଇଛି, ଏହା ଦଳ ପାଇଁ ଯେତିକି ଚାଲେଞ୍ଜ ତାଙ୍କ ନିଜ ପାଇଁ ସେତିକି ଚାଲେଞ୍ଜ ରହିଛି, ଦଳୀୟ କର୍ମ କର୍ତା ସହ ଆସନ୍ତା କାଲି ଆଲୋଚନା କରି ସ୍ୱଳ୍ପ ସମୟ ମଧ୍ୟରେ ସମସ୍ତଙ୍କୁ ଆପଣାର କରି ନିର୍ବାଚନ ମୈଦାନ କୁ ଆବର୍ତୀର୍ଣ୍ଣ ହେବି ବୋଲି ସେ ପ୍ରକାଶ କରିଛନ୍ତି। ଶେଷରେ ସେ କହିଛନ୍ତି ସେ ଜଣେ ସ୍ୱାଭିମାନ ନେତା, ବିଜେଡ଼ି ଟଙ୍କା ରେ ପ୍ରଲୋଭନ ଦେଖାଇ ମୋତେ ଚୁପ କରିବାକୁ ଚେଷ୍ଟା କରିଥିଲା,ମୁଁ ଟଙ୍କା ରେ ବିକ୍ରୟ ହୋଇଥିଲେ ଏ ଅଞ୍ଚଳର ଜନସାଧାରଣ କଣ କହିଥାନ୍ତେ, ଆଜି ଯେଉଁ ସମ୍ବର୍ଦ୍ଧନା ପାଇଲି ତାହା ପାଇଥାନ୍ତି କି ବୋଲି କହି ଏହି ନିର୍ବାଚନ ରେ ତ୍ରିମୁଖୀ ଲଢେଇ ହେବା ସହ ସେ ବାଜିମାତ କରିବେ ବୋଲି ପ୍ରକାଶ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ