Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅମରପାଲି ରାତ୍ରୀକାଳୀନ କ୍ରିକେଟ କପ୍ ଉଦଯାପିତ ; ଅମର ପାଲି କୁ ହରାଇ ଘଣ୍ଟପାଲି ଚମ୍ପିଆନ୍ ଘୋଷିତ

ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମର ପାଲି ସ୍ଥିତ ଭଗବାନ ସାହୁ ଖେଳ ପଡିଆରେ ଚାଲିଥିବା ଦ୍ଵିତୀୟ ଅମରପାଲି ଫଳଡ ଲାଇଟ୍ (ରାତ୍ରି କାଳୀନ) କ୍ରିକେଟ କପ୍ ଉଦଯାପିତ ହୋଇଯାଇଛି l ଫାଇନାଲ ମ୍ୟାଚ ରେ ଆୟୋଜକ ଅମରପାଲି ଦଳ କୁ ହରାଇ ଘଣ୍ଟପାଲି ଚାମ୍ପିଆନ୍ ଘୋଷିତ ହୋଇଛି l ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ କ୍ରୀଡାବିତ୍ ଜୟ ପ୍ରକାଶ ସାହୁ ଅତିଥିଭାବେ ଯୋଗଦେଇ ଚାମ୍ପିଆନ୍ ଘଣ୍ଟପାଲି ଦଳକୁ ନଗଦ ଅର୍ଥ ରାଶି ସହିତ ଟ୍ରଫି ଏବଂ ଉପବିଜେତା ଅମର ପାଲି ଦଳକୁ ନଗଦ ଅର୍ଥ ରାଶି ସହିତ ଟ୍ରଫି ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା I ମ୍ୟାଚ ଗୁଡିକ ପରିଚାଳନା କରିଥିଲେ ମୁକେଶ ସେଠ , ଦିଲ୍ଲିପ ପଧାନ , ସୁମନ ସାହୁ , ସମ୍ବିତ ମାଝୀ , ଶ୍ରୀତମ ପଧାନ , ଜଗ ବନ୍ଧୁ ସେଠୀ ପ୍ରମୁଖ l ଅମିତ ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ ଏବଂ ନିତମ୍ ରଞ୍ଜନ ପ୍ରଧାନ ସ୍କୋରିଂ ଦାୟିତ୍ଵ ରେ ରହିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ