Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଇକ ରାଲି କରି ଶକ୍ତି ପ୍ରଦର୍ଶନ କଲେ ପ୍ରଭୁ।କୈଳାଶ ଙ୍କ ଟିକେଟ ବିକ୍ରି ଅଭିଯୋଗ କୁ ଖଣ୍ଡନ କଲେ..

ଲକ୍ଷ୍ମୀପୁର ୧୭/୦୪…  ଅନେକ କସରତ ପରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି ରେ ବିଜେଡ଼ି ଟିକେଟ ହାତେଇ ପାରିଥିବା ବିଧାୟକ ପ୍ରଭୁ ଯାନୀ ଆଜି ବାଇକ ରାଲି କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ଟିକେଟ ପାଇବା ପରେ ସମୟ ଅଭାବ ଦର୍ଶାଇ ଲକ୍ଷ୍ମୀପୁର କୁ ଆସିପାରିନଥିବା ପ୍ରଭୁ ବୁଧବାର ସକାଳୁ ସମର୍ଥକ ଓ କର୍ମୀ ମାନଙ୍କ ସହ ନୀଲାବାଡି ରେ ପହଂଚିଥିଲେ। ନୀଳାବାଡ଼ି ରେ ଅଧିଷ୍ଠାତ୍ରୀ ଦେବୀ ଅଗ୍ନି ଗଙ୍ଗାମ୍ମା ଙ୍କୁ ପ୍ରଥମେ ପୂଜା କରିବା ପରେ ସେଠାରୁ ଶତାଧିକ ବାଇକ ଧରି ଉପସ୍ଥିତ ଥିବା କର୍ମୀ ମାନଙ୍କ ସହ ଶୋଭାଯାତ୍ରା ରେ ବାହାରି ଥିଲେ। ନୀଲାବାଡି, ବନ୍ଧୁଗାଁ, ନାରାୟଣପାଟଣା ରେ ଶୋଭାଯାତ୍ରା କରିବା ପରେ ଲକ୍ଷ୍ମୀପୁର ନୂତନ କଲ୍ୟାଣ ମଣ୍ଡପ ରେ ପହଂଚି କର୍ମୀ ମାନଙ୍କ ସହ ପ୍ରାୟ ଅଧ ଘଣ୍ଟା ଆଲୋଚନା କରି ଭାଷଣ ବାଜି କରିଥିଲେ। ସେଠାରୁ ପୁଣି ବାଇକ ରାଲି ମାଧ୍ୟମରେ ଲକ୍ଷ୍ମୀପୁର ରେ ଶୋଭାଯାତ୍ରା କରି ଦଶମନ୍ତପୁର ଅଭିମୁଖେ ଚାଲିଯାଇଥିଲେ। ଯିବା ପୂର୍ବରୁ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ ବିଜୁ ଜନତା ଦଳ ର ସ୍ଥିତି ମଜବୁତ ରହିଛି, ଏହି ନିର୍ବାଚନ ମଣ୍ଡଳି ରେ ବିଜେଡ଼ି ବିଜୟୀ ହେବା ସହ ସାଂସଦ କୌଶଲ୍ୟା ହିକକା ମଧ୍ୟ ବିଜୟୀ ହେବେ ବୋଲି ଦୃଢ଼କ୍ତି ପ୍ରକାଶ କରିଥିଲେ। ବିଜେଡି ରୁ ଟିକେଟ ବଂଚିତ ହୋଇଥିବା ଓ ବିଜେପି ଟିକେଟ ପାଇଥିବା କୈଳାଶ କୁଲେଶିକା ଟିକେଟ କୁ ନେଇଁ ଯେଉଁ ଅଭିଯୋଗ ଆଣିଛନ୍ତି ତାହାକୁ ଖଣ୍ଡନ କରିବା ସହ ବିଜେଡ଼ି ଦଳ କେବେ ଟିକେଟ ବିକ୍ରୟ କରେ ନାହିଁ, ବିଜୟୀ ସମ୍ଭାବନା ଥିବା ଓ ସଂଘଠନ ମଜବୁତ କରିଥିବା ପ୍ରାର୍ଥୀ କୁ ବିଚାରକୁ ନେଇଁ ଟିକେଟ ପ୍ରଦାନ କରାଯାଇଛି ବୋଲି ପ୍ରଥମ ଥର ସକାଶେ ସେ ମୁହଁ ଖୋଲିଛନ୍ତି। ଏହି ରାଲି ରେ ବିଧାୟକ ଙ୍କ ସହ ଜିଲ୍ଲା ସଭାପତି ଝିନ ହିକକା, ନାରାୟଣପାଟଣା ବ୍ଲକ ଅଧ୍ୟକ୍ଷ ଗୋଲାଦି ତ୍ରିନାଥ, ବନ୍ଧୁଗାଁ ବ୍ଳକ ଅଧ୍ୟକ୍ଷା ଗୀତା ମିନିୟାକା, ଉପାଧକ୍ଷା ଗୀତାଞ୍ଜଳି ପୀଡ଼ିକା, ଜିଲ୍ଲା ସାଧାରଣ ସମ୍ପାଦକ କୁମୁଦ ଚନ୍ଦ୍ର ସାଉଁତା, ଶଙ୍କର ସାଉଁତା ଙ୍କ ସହ ଶତାଧିକ କର୍ମୀ ବ୍ଳକ ସ୍ତରୀୟ ବିଜେଡ଼ି ନେତା ଉପସ୍ଥିତ ରହିଥିଲେ।ସାଂସଦ ପ୍ରାର୍ଥୀନୀ କୌଶଲ୍ୟା ହିକକା କିନ୍ତୁ ଏହି ରାଲି ରେ ଯୋଗ ଦେଇନଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ