Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଟବଣା ସ୍ଵଚ୍ଛ ଭାରତ ମିଶନ , ଖତ ଖାଉଛି ପାଇଖାନା , ଫଳକରେ ସୀମିତ ବାହ୍ୟ ମଳମୁକ୍ତ ଗାଁ

ବିରମହlରାଜପୁର : (ସୌମିତ୍ରି ମେହେର) ସ୍ବଚ୍ଛତା ଦିଗରେ ଆଉ ଗୋଟିଏ ପାଦ ଆଗେଇବା ଲକ୍ଷ୍ୟରେ ସରକାର ସ୍ବଚ୍ଛ ଭାରତ ମିଶନ ନାଁରେ କୋଟି କୋଟି ଖର୍ଚ୍ଚ କରୁଛନ୍ତି , କିନ୍ତୁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଜଳ ଓ ପରିମଳ ବିଭାଗର ଦୂରଦୃଷ୍ଟି ଅଭାବରୁ ସ୍ବଚ୍ଛତା ମିଶନ ବାଟବଣା ହୋଇପଡିଛି । ସ୍ବଚ୍ଛ ଭାରତ ମିଶନ (ଗ୍ରାମୀଣ) ନାଁରେ ବ୍ଳକର ବିଭିନ୍ନ ଗ୍ରାମରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ସତ୍ତ୍ବେ ମଧ୍ୟ ବ୍ୟକ୍ତିଗତ ପାଇଖାନା ଆରମ୍ଭରୁ ଅଚଳ ହୋଇ ଖତ ଖାଉଛି। ଲୋକେ ଏବେବି ପୋଖରୀ ହୁଡ଼ା , ମୁଖ୍ୟ ରାସ୍ତା କଡରେ ମଳତ୍ୟାଗ କରୁଛନ୍ତି । କିନ୍ତୁ ବିଭାଗ ଦୋଷ ଲୁଚାଇବାକୁ ଗାଁ ମୁଣ୍ଡରେ ବାହ୍ୟ ମଳମୁକ୍ତ ଗାଁ ଲେଖି ବାଃ ବାଃ ନେଉଛି। ପାଇଖାନା ଯେଣତେଣ ପ୍ରକାରେଣ ନୀତିରେ ନିର୍ମାଣ ପରେ କବାଟରେ ହିତାଧିକାରୀ ଙ୍କ ନାଁରେ ଲେଖି କେବଳ ଫୋଟ କରି ଜିଓଟେଗ୍ ପରେ ବିଭାଗ ନିଜ ଦାୟିତ୍ୱ ଶେଷ କରି ଦେଇଥିବା ଅଭିଯୋଗ ହେଉଛି । ଏପରିକି ନିର୍ମାଣ ହୋଇଥିବା ପାଇଖାନା ମଧ୍ୟରୁ ଅଧିକାଂଶ ହିତାଧିକାରୀଙ୍କ ଘରୁ ଅନେକ ଦୂରରେ ରହିଛି ତାହା ପୁଣି ସରକାରୀ ଜମିରେ । ଅନେକ ପାଇଖାନାରେ ପାଣିର ସୁବିଧା ନାହିଁ। ଅପରପକ୍ଷରେ ବ୍ଳକର ସମସ୍ତ ଗ୍ରାମ ୨୦୨୦ ରୁ ବାହ୍ୟ ‌ମଳମୁକ୍ତ ଗାଁ ଘୋଷଣା ହୋଇ ସାରିଛି। କୋଟି କୋଟି ଟଙ୍କାର ବ୍ୟୟରେ ନିର୍ମାଣ ହୋଇଥିବା ପାଇଖାନା ଗୁଡ଼ିକ ବାସ୍ତବ କ୍ଷେତ୍ରରେ କେତେ କାର୍ଯ୍ୟକ୍ଷମ , କେତେ ଗାଁ ଲୋକ ବ୍ୟବହାର କରୁଛନ୍ତି ତାର ତଦାରଖ ଏ ପର୍ଯ୍ୟନ୍ତ କରାଯାଉ ନଥିବା ଦେଖାଯାଇଛି। ବିପୁଳ ଟଙ୍କା ଖର୍ଚ୍ଚ ସତ୍ତ୍ବେ ମଧ୍ୟ ଫଳ ଶୂନ ରହିଥିବା ଆଲୋଚନା ହେଉଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ଖର୍ଚ୍ଚ ହୋଇଥିଲା ଟଙ୍କାର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ