Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶକ୍ତି ପ୍ରଦର୍ଶନ କଲେ କୈଳାସ.. ବାଇକ ରାଲି ରେ ସାମିଲ ହେଲେ ଶତାଧିକ କର୍ମୀ….

ଲକ୍ଷ୍ମୀପୁର ୧୯/୦୪ ..
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ରେ ନିର୍ବାଚନୀ ଉଷ୍ମତା ସରଗରମ୍ ହେବାରେ ଲାଗିଛି। ବର୍ତ୍ତମାନ ବିଜେପି,କଂଗ୍ରେସ ଓ ବିଜେଡି ଦଳ ମଧ୍ୟରେ ତ୍ରିମୁଖି ଲଢେଇ ହେବାକୁ ଯାଉଥିବା ବେଳେ ଆଜି ବିଜେପି ଦଳ ତାର ଶକ୍ତି ପ୍ରଦର୍ଶନ କରିଛି।ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ଥିବା ଚାରୋଟି ବ୍ଲକ୍ ରେ ଥିବା କୈଳାସଙ୍କ  ସମର୍ଥକ ଆଜି ଲକ୍ଷ୍ମୀପୁର ମିନି ଷ୍ଟାଡିୟମ ଠାରେ ଏକତ୍ରିତ ହୋଇଥିଲେ।ସେଠାରୁ  ଦୂଇ କିଲୋମିଟର ଦୂର ଘୋଡ଼ାବନ୍ଧ ଯାଏଁ  ଶୋଭାଯାତ୍ରା କରିଥିଲେ ଥିଲେ ।ବିଜେପି ପତାକା ହାତରେ ଧରି ସଭିଏଁ ନରେନ୍ଦ୍ର ମୋଦି ଜିନ୍ଦାବାଦ,କୈଳାସ କୁଲେସିକା ଜିନ୍ଦାବାଦ, କାଳୀ ରାମ ମାଝୀ ଜିନ୍ଦାବାଦ,ବିଜେପି ଜିନ୍ଦାବାଦ,ମନମୋହନ ସାମଲ ଜିନ୍ଦାବାଦ ନାରା ଦେଇ ଥିଲେ। ବାଣ ରୋଷଣୀ ସହ ଡିଜେ ର ତାଳେ ତାଳେ ଢେମସା ନୃତ୍ୟ ରେ ଅଞ୍ଚଳ କମ୍ପି ଉଠିଥିଲା।ବିଜେଡି ଛାଡ଼ି ବିଜେପି ରେ ଯୋଗ ଦେଇଥିବା କୈଳାସ ଚନ୍ଦ୍ର କୁଲେସିକା ଏହି ନିର୍ବାଚନ ମଣ୍ଡଳୀକୁ ବିଜେପି ଦଳ ପ୍ରଥମ କରି ଅକ୍ତିଆର କରିବ ବୋଲି ଦୃଢ଼ୋକ୍ତୀ ପ୍ରକାଶ କରିଥିବା ବେଳେ ବିଧାୟକ ପ୍ରାର୍ଥୀ କୈଳାସ କୁଲେସିକାଙ୍କ ସମେତ ସାଂସଦ ପ୍ରାର୍ଥୀ କାଳିରାମ ମାଝୀ,ନକୁଳ ବିଶୋଇ,ମନୋଜ ସାହୁ,ଅଗସ୍ତି ହଲବା,ଅନନ୍ତ ହୁଇକା,ଉଦୟ ହିକକା,ରବି ଚନ୍ଦ୍ର ପାଢ଼ୀ,ଦେବେନ୍ଦ୍ର ମହାନ୍ତି,ଗୋବିନ୍ଦ ଜୈନ,ତ୍ରିନାଥ ପଣ୍ଡା,ଭୁବନ ଜାନୀଙ୍କ ସମେତ ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ ଯୋଗ ଦେଇଥିଲେ।ଘୋଡା ବନ୍ଧ ତୋଟା ରେ ଆୟୋଜିତ ସମାବେଶ ରେ କଂଗ୍ରେସ ଓ ବିଜେଡ଼ି ର କିଛି କର୍ମୀ ନିଜ ନିଜ ଦଳ ଛାଡ଼ି କୈଳାସଙ୍କ ଭାବ ମୂର୍ତ୍ତି ଦେଖି ବିଜେପି ଦଳରେ ଯୋଗ ଦେଇଥିବା ପ୍ରକାଶ କରିଥିଲେ ।କଂଗ୍ରେସ ସହ ବିଜେପିର କଡା ଟକର୍ ହେବ ବୋଲି ଭୋଟର୍ ଙ୍କ ମୁହଁରୁ ଶୁଣିବାକୁ ମିଳି ଥିବା ବେଳେ କୈଳାସ ଙ୍କୁ ଡ଼ାକି ବିଜେଡ଼ି ଦଳ ଯେଉଁ ବିଶ୍ୱାସ ଘାତ କରିଛି ତାର ଉଚିତ୍ ଜବାବ ଦିଆଯିବ ବୋଲି କିଛି ଲୋକ ରୋକ୍ ଠୋକ୍ କହୁଥିବା ଶୁଣିବାକୁ ମିଳିଥିଲା ।ନରେନ୍ଦ୍ର ମୋଦି ଙ୍କ ବିକାଶ ଗାଁ ଗାଁ ରେ ପହଁଚିଛି ଓ ଆଗକୁ ମଧ୍ୟ ପହଂଚିବ,ଏହି ମୁଦ୍ଦା ନେଇଁ ନିର୍ବାଚନ ବୈତରଣୀ ପାର ହେବୁ ଓ କୋରାପୁଟ ଜିଲ୍ଲା ରେ ସମସ୍ତ ବିଧାୟକ ଙ୍କ ସହ ସାଂସଦ ମଧ୍ୟ ବିଜୟୀ ହେବେ ବୋଲି କାଳିରାମ ମାଝୀ ଗଣମାଧ୍ୟମ କୁ ପ୍ରକାଶ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ