ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ରେ ବବି ଦାସ ଙ୍କ ତୋଫାନୀ ଗସ୍ତ : ବିଜେଡି ନିର୍ବାଚନ ପ୍ରଚାର ବିଗୁଲ୍ ବାଜିଲା


ସମ୍ବଲପୁର ସଂସଦ କ୍ଷେତ୍ର ରୁ ବିଜେଡି ପ୍ରାର୍ଥୀ ରୂପେ ପ୍ରତିଦ୍ବନ୍ଦିତା କରୁଥିବା ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ (ବବି) ଆଜି ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଅଞ୍ଚଳ ମାରାଥନ ଗସ୍ତ କରି ନିର୍ବାଚନ ପ୍ରଚାର ର ବିଗୁଲ ଫୁଙ୍କିଛନ୍ତି। ଶ୍ରୀ ଦାସ ବିଜେଡି ବିଧାୟକ ପ୍ରାର୍ଥୀ ସୁଦର୍ଶନ ହରିପାଲ, ଯୁବ ନେତା ବିଶାଳ ଦାସ,ଜିଲ୍ଲା ପର୍ଯ୍ୟବେକ୍ଷକ ସୌଭାଗ୍ଯ ନାଏକ ତଥା ଦଳିୟ କର୍ମକର୍ତ୍ତାମାନଙ୍କ ଗହଣ ରେ ତାଳବ ସମଲେଶ୍ବରୀ ମନ୍ଦିର ରେ ପୂଜା ଅର୍ଚ୍ଚନା କରି ଆଶିର୍ବାଦ ଗ୍ରହଣ ପରେ ପ୍ରଚାର ଅଭିଯାନ ଆରମ୍ଭ କରି ସେଠାରୁ ବୀର ସୁରେନ୍ଦ୍ର ସାଏ ଙ୍କ ଜନ୍ମ ପୀଠ ଖିଣ୍ଡା ଅଭିମୁଖେ ପ୍ରଚାର ପାଇଁ ଯାତ୍ରା କରିଥିଲେ। ଖିଣ୍ଡାଛକ ରେ ଥିବା ସୁରେନ୍ଦ୍ର ସାଏ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ଅବସରରେ ସେଠାରୁ ତାଙ୍କୁ ବିଜେଡି କୁ ସମର୍ଥନ କରୁଥିବା ବିଭିନ୍ନ ସଙ୍ଗଠନ ଓ ଦଳିୟ କର୍ମୀ ଶ୍ରୀ ଦାସ ଙ୍କୁ ବିଶାଳ ବାଇକ୍ ରାଲି ରେ ସୁରେନ୍ଦ୍ର ସାଏ ଙ୍କ ଜନ୍ମ ପୀଠ ବାବୁଖିଣ୍ଡା ଗ୍ରାମ କୁ ପାଛୋଟି ନେଇ ଥିଲେ। ସେଠାରେ ଶ୍ରୀ ଦାସ ସୁରେନ୍ଦ୍ର ସାଏ ଙ୍କ ଦାୟାଦ ଲାଲ୍ ଫକୀର ସାଏଙ୍କ ପରିବାର ବର୍ଗ ଓ ସ୍ମୃତି ସଂସଦ ର କର୍ମକର୍ତ୍ତାମାନଙ୍କ ସହ ସାକ୍ଷାତ ଆଲୋଚନା କରି ପରିବାର ର ସମସ୍ୟା ବୁଝିଥିଲେ। ସୁରେନ୍ଦ୍ର ଜୟନ୍ତି ପାଇଁ ସ୍ବତନ୍ତ୍ର ଅନୁଦାନ ପାଣ୍ଠି ର ବ୍ୟବସ୍ଥା ଓ ଜନ୍ମ ପୀଠ ରେ ସରକାରୀ ଭାବରେ ଜୟନ୍ତି ଏବଂ ଶ୍ରାଦ୍ଧ ଦିବସ ପାଳନ କରାଯିବାକୁ ସ୍ମୃତି ସଂସଦ ପକ୍ଷରୁ ଦାବୀ କରାଯାଇଥିଲା। ଏହାପରେ ବବିଦାସ ରେଙ୍ଗାଲି ଅଭିମୁଖେ ବାହାରି ରେଙ୍ଗାଲି ଦୁର୍ଗା ମନ୍ଦିର ରେ ଦେବୀ ଦୁର୍ଗାଙ୍କ ଦର୍ଶନ ଓ ଆଶିର୍ବାଦ ନେଇ ସେଠାରେ ବିହାରୀ ସମାଜ ର ସଭ୍ଯ ଓ କର୍ମକର୍ତ୍ତାମାନଙ୍କ ସହ ସାକ୍ଷାତ କରି ଭୋଟ୍ ଦେବାକୁ ନିବେଦନ କରିଥିଲେ । ଏହାପରେ ରେଙ୍ଗାଲୀ ହରିହର ଧର୍ମଶାଳା ପରିସର ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗଦେଇ ଥିଲେ। ସେଠାରେ ଶ୍ରୀ ଦାସ ବରିଷ୍ଠ ନାଗରିକ ପରିଷଦ ର କର୍ମକର୍ତ୍ତା ଓସଭ୍ଯ ,ମାରୱାଡି ସମାଜ। ମୁସଲମାନ ସଂପ୍ରଦାୟ କର୍ମକର୍ତ୍ତାମାନଙ୍କ ସହ ସାକ୍ଷାତ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝିଥିଲେ ଏବଂ ବିଜେଡି କୁ ବିପୁଳ ସଂଖ୍ୟାରେ ଭୋଟ୍ ଦେବାକୁ ନିବେଦନ କରିଥିଲେ। ଏହି ଅବସର ରେ
ବିଜେଡି ରେ ଅନ୍ୟଦଳ ର ୪୭କର୍ମୀ
ରେଙ୍ଗାଲି ଧର୍ମଶାଳା ରେ ବିଜେଡି ରେ ଆନୁଷ୍ଠାନିକ ଭାବରେ ଯୋଗଦାନ କରିଥିଲେ। ଦଳ ରେ ଯୋଗଦେଇଥିବା କର୍ମୀ ମାନଙ୍କୁ ଦଳିୟ ଉତ୍ତରୀୟ ପିନ୍ଧାଇ ସ୍ବାଗତ କରାଯାଇ ଥିଲା। ରେଙ୍ଗାଲି ର କାର୍ଯ୍ୟକ୍ରମ ପରେ ବବି ଦାସ ଏବଂ ସୁଦର୍ଶନ ହରିପାଲ ବ୍ଲକ ର ଗୁମଲୋଇ ରେ ଅନୁଷ୍ଠିତ ଦଳିୟ କାର୍ଯ୍ୟକ୍ରମ ରେ ସମବେତ ଦଳିୟ କର୍ମୀ ଓ ସମର୍ଥକ ଙ୍କୁ ଉଦବୋଧନ ଦେଇ ଦଳିୟ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ସମସ୍ତେ ନିଷ୍ଠା ର ସହିତ ସହଯୋଗ କରିବାକୁ ଆହ୍ବାନ ଦେଇ ଥିଲେ। ଏହାପରେ ଶ୍ରୀ ଦାସ ଏବଂ ଶ୍ରୀ ହରିପାଲ ଠେମରା, ଚିପିଲିମା ଘଣ୍ଟେଶ୍ଵରୀ ମନ୍ଦିର ଏବଂ ସିଂହପାଲି ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ରେଙ୍ଗାଲି ବ୍ଲକ ରୁ ପ୍ରସ୍ଥାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବିଜେଡି ରେଙ୍ଗାଲିବ୍ଲକ ସଭାପତି ଅଶୋକ ଗୁରୁ, ବରିଷ୍ଠ ନେତା ଦେବେନ୍ ପତି, ରେଙ୍ଗାଲି ବ୍ଲକ ଅଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରୱାଲ, ମହେନ୍ଦ୍ର ଓରାମ, କିରଣ ବେହେରା,ଏମ ବି ସତ୍ୟନ୍,ଧନକଉଡ଼ା ବ୍ଳକ ବିଜେଡି ସଭାପତି ଯତୀନ୍ଦ୍ର ସାହୁ, ବାବୁଲୁ ରାଉତ, ପିତାମ୍ବର ବିଶ୍ବାଲ, ପଦ୍ମଲୋଚନ ଧର, ଅମିତ ନାଥ, ଦୟାନିଧି ଭଇଁସାଲ,ଗୋବର୍ଦ୍ଧନ ସାହୁ, ଧନକଉଡା ଜୋନ୍ (୧) ଜିଲ୍ଲାପରିଷଦ ସଭ୍ଯ ସୁନିଲ ମିଶ୍ର, ରେଙ୍ଗାଲି ଜୋନ୍ (୧) ଜିଲ୍ଲାପରିଷଦ ସଭ୍ଯା ଚୋଳଶ୍ରୀ ମହାନନ୍ଦ,ଜୋନ୍ (୨)ସଭ୍ଯ ଦେନାରାୟଣ ତିୱାରୀ,ଗାନ୍ଧି ବେହେରା, ସମିତି ସଭ୍ଯ ଅଶ୍ବିନୀ ପଟେଲ ପ୍ରମୁଖ ବହୁ ସଂଖ୍ୟକ ଦଳିୟ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ। ବିଭିନ୍ନ ଅଞ୍ଚଳ ରୁ ବହୁସଂଖ୍ୟକ ବିଜେଡି କର୍ମୀ ଓ ସମର୍ଥକ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିଲେ